Tuesday , August 9 2022
Breaking News
Home / ନିର୍ବାଚନ / ରଘୁନାଥପୁର ବ୍ଲକ୍ ଜୋନ୍ ୨ ର ଭୋଟ ଗଣତି ଫଳାଫଳ

ରଘୁନାଥପୁର ବ୍ଲକ୍ ଜୋନ୍ ୨ ର ଭୋଟ ଗଣତି ଫଳାଫଳ

ରଘୁନାଥପୁର, ୨୮/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଜୋନ୍ ୨ ବିଜେଡ଼ି ଜିଲାପରିଷଦ ପ୍ରାର୍ଥିନୀ ଇତିଶ୍ରୀ ମଲିକ୍ ବିଜେପି ଜିଲାପରିଷଦ ପ୍ରାର୍ଥିନୀ ଲିପିକା ମଲିକ୍ ଙ୍କ ଠାରୁ ୫୬୮୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହି ଜୋନ୍ ରେ ବିଜେଡ଼ି ୧୪୯୩୧ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୯୨୪୩ ଖଣ୍ଡ ଓ କଂଗ୍ରେସ ୨୮୧୨ ଖଣ୍ଡ ଭୋଟ ପାଇଛନ୍ତି ।

ଇତିଶ୍ରୀ ମଲିକ୍

ଏହି ଜୋନ୍ ଅନ୍ତର୍ଗତ ଛପଡ଼ା ପଂଚାୟତରେ ସରପଂଚ ପ୍ରାର୍ଥିନୀ ଅମିତା ଖୁଂଟିଆ ମାନୁଲତା ପରିଡ଼ାଙ୍କ ଠାରୁ ୫୮୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟ ପ୍ରାର୍ଥି ରଂଜନ କୁମାର ସ୍ୱାଇଁ ୮୮୬ ଖଣ୍ଡ ଭୋଟ ରେ ମାନଓ ରଂଜନ ଦାସଙ୍କୁ ପରାସ୍ତ କରିଛନ୍ତି । ଏରଡ଼ଙ୍ଗା ପଂଚାୟତରେ ସରପଂଚ ପ୍ରାର୍ଥି ଧର୍ମାନନ୍ଦ ସେଠୀ ୮୨୪ ଖଣ୍ଡ ଭୋଟ ରେ ସୁଜାତା ଦାସଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟା ପ୍ରାର୍ଥିନୀ ଲକ୍ଷ୍ମୀ ବେହେରା ୩୨୪ ଖଣ୍ଡ ଭୋଟ ରେ ସନ୍ଧ୍ୟାରାଣୀ ଖଟୁଆଙ୍କୁ ପରାସ୍ତ କରିଛନ୍ତି । ବିଦ୍ୟାଧରପୁର ପଂଚାୟତରେ ସରପଂଚ ପ୍ରାର୍ଥିନୀ ସାହେଦା ତବସୁମ ୨୨୪ ଖଣ୍ଡ ଭୋଟ ବ୍ୟବଧାନରେ ମଧୁସ୍ମିତା ଭୋଇଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟା ଭାବେ ସାଗରିକା ତରାଇ ୭୦ ଖଣ୍ଡ ଭୋଟ ରେ ରଂଜିତା ମଲିକ ଙ୍କୁ ପରାସ୍ତ କରିଛନ୍ତି । ଚିକିଣିଆ ପଂଚାୟତରେ ସରପଂଚ ପ୍ରାର୍ଥି ବିଷ୍ପୁ ଚରଣ ସେଠୀ ୩୮୩ ଖଣ୍ଡ ଭୋଟ ରେ ଅକ୍ଷୟ ସ୍ୱାଇଁ ଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟ ପ୍ରାର୍ଥି ବିଚିତ୍ର କୁମାର ସ୍ୱାଇଁ ୩୦୨ ଖଣ୍ଡ ଭୋଟ ରେ ଜଗନ୍ନାଥ ବାରିକ ଙ୍କୁ ପରାସ୍ତ କରିଛନ୍ତି । ପୁରୁଣାବସନ୍ତ   ପଂଚାୟତରେ ସରପଂଚ ପ୍ରାର୍ଥି କାଳନ୍ଦି ମହାନ୍ତି ୩୦୭ ଖଣ୍ଡ ଭୋଟ ରେ ତାପସ ମହାରଣା ଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟ ପ୍ରାର୍ଥି ପ୍ରତାପ ଚନ୍ଦ୍ର ସ୍ୱାଇଁ ୪୪୮ ଖଣ୍ଡ ଭୋଟ ରେ ରତିରଂଜନ ସାହୁ ଙ୍କୁ ପରାସ୍ତ କରିଛନ୍ତି । ତଅଁରା ପଂଚାୟତରେ ସରପଂଚ ପ୍ରାର୍ଥି ବଟକୃଷ୍ଣ ନାୟକ ୫୬୦ ଖଣ୍ଡ ଭୋଟ ରେ କବିତା ନାୟକ ଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟ ପ୍ରାର୍ଥିନୀ ଶାନ୍ତିତଲତା ଦ୍ୱିବେଦୀ ୮୦୦ ଭୋଟ ରେ ସସ୍ମିତା ସାମଲଙ୍କୁ ପରାସ୍ତ କରିଛନ୍ତି । ରେଢ଼ୁଆ ପଂଚାୟତରେ ସରପଂଚ ପ୍ରାର୍ଥି କିଶୋର ଚନ୍ଦ୍ର ବେହେରା ୯୭ ଖଣ୍ଡ ଭୋଟ ରେ ନୃସିଂହ ଜେନାଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟ ପ୍ରାର୍ଥି ବିଶ୍ୱଜିତ ଦାସ ୩୦୦ ଭୋଟ ରେ ପ୍ରଦୀପ୍ତ ମହାନ୍ତିଙ୍କୁ ପରାସ୍ତ କରିଛନ୍ତି । ରାଢ଼ଙ୍ଗ ପଂଚାୟତରେ ସରପଂଚ ପ୍ରାର୍ଥି ସୁଶିଳ ବାରିକ ୭୭ ଖଣ୍ଡ ଭୋଟ ରେ ଶୈଳେନ୍ଦ୍ର ଭଂଜ ମହାନ୍ତିଙ୍କ ଠାରୁ ବିଜୟ ଲାଭ କରିଥିବାବେଳେ ସମିତି ସଭ୍ୟା ପ୍ରାର୍ଥିନୀ ପ୍ରାନ୍ତରଶ୍ମି ପାଳ ୭୫ ଖଣ୍ଡ ଭୋଟ ରେ ମୋନାଲିସା ସ୍ୱାଇଁ ଙ୍କୁ ପରାସ୍ତ କରିଛନ୍ତି । ଅଢ଼େଇକୂଳ ପଂଚାୟତରେ ସରପଂଚ ପ୍ରାର୍ଥିନୀ ରୀନା ସ୍ୱାଇଁ ୯୦ ଖଣ୍ଡ ଭୋଟ ରେ ବବିତା ବିଶ୍ୱାଳଙ୍କ ଠାରୁ ବିଜୟ ଲାଭ କରିଥିଲାବେଳେ ସମିତି ସଭ୍ୟା ପ୍ରାର୍ଥିନୀ ମିତାଂଜଳୀ ପଣ୍ଡା ୨୧୦ ଖଣ୍ଡ ଭୋଟ ରେ ରୀନିକା ଜେନାଙ୍କୁ ପରାସ୍ତ କରିଛନ୍ତି । ସାଦେଇପୁର ପଂଚାୟତରେ ସରପଂଚ ପ୍ରାର୍ଥିନୀ ପ୍ରଭାସିନୀ ପ୍ରଧାନ ୧୧୧ ଖଣ୍ଡ ଭୋଟ ରେ ନମିତା ସ୍ୱାଇଁ ଙ୍କ ଠାରୁ ବିଜୟ ଲାଭ କରିଥିଲାବେଳେ ସମିତି ସଭ୍ୟା ଭାବେ ସରସ୍ୱତୀ ହାଂସଦା ବିଜୟିନୀ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.