Tuesday , August 16 2022
Breaking News
Home / ଶିକ୍ଷା / ପ୍ରଥମ ରୁ ୭ମ ଶ୍ରେଣୀ ସ୍କୁଲ ଖୋଲିଲା , ପିଲାମାନେ ବେଶ୍ ଉତ୍ସାହିତ 

ପ୍ରଥମ ରୁ ୭ମ ଶ୍ରେଣୀ ସ୍କୁଲ ଖୋଲିଲା , ପିଲାମାନେ ବେଶ୍ ଉତ୍ସାହିତ 

ଗରଦପୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )-ପ୍ରଥମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ସରକାରଙ୍କ କୋଭିଡ଼ କଟକଣା କୋହଳ ପରେ ଆଜି ବିଦ୍ୟାଳୟ ଗୃହକୁ ପ୍ରବେଶ କରିଛନ୍ତି । ଦୀର୍ଘ ୨ ବର୍ଷ ପାଖା ପାଖି ବ୍ୟବଧାନରେ ଛାତ୍ର ଛାତ୍ରୀମାନେ ପ୍ରଥମ କରି ବିଦ୍ୟାଳୟକୁ ଆସୁଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ପରକଣା ସରକାରୀ ଉନ୍ନିତ ଉଚ ପ୍ରାଥମିକ ବିଦ୍ୟାଳୟରେ ଆଜି ୯୬ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟ ଗୃହକୁ ଛାତ୍ର ଛାତ୍ରୀମାନେ ପ୍ରବେଶ କଲାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଫାଟକ ନିକଟରେ ଛାତ୍ର ଛାତ୍ରୀ ମାନଙ୍କ ହାତକୁ ସାନିଟାଇଜ କରିବା, ମାସ୍କ ବାଂଟିବା ଏବଂ ସ୍କାନର ରେ ଶରୀରର ଉତାପ ପରୀକ୍ଷା କରିଥିଲେ । ଦୀର୍ଘଦିନ ବ୍ୟବଧାନରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଗୃହକୁ ପ୍ରବେଶ କରୁଥିବାରୁ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ ଆଦି ଦିଆଯାଇ ସ୍ୱାଗତ କରାଯାଇଥିବାବେଳେ ଗ୍ରାମର ଯୁବ ଶକ୍ତି ସଂଗଠନ ପକ୍ଷରୁ ସଭାପତି ବିଶ୍ୱଜିତ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ମିଠା ଖୁଆଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ କୁମାର ଜେନା , ଅଳକା ମହାପାତ୍ର, ପ୍ରଶାନ୍ତ କୁମାର ଟୁଡ଼ୁ, ନୀରଂଜନ ପାଲ , ସୁଶେଳଚନା ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀମାନଙ୍କୁ କୋଭିଡ଼ କଟକଣା ସମୟରେ ଘରେ ରହିବା ର ଅନୁଭୂତି, ଘରେ ରହିବା ବେଳେ କିପରି ପାଠପଢ଼ା ପ୍ରତି ନଜର ରହିଥିଲା , ହସ, ଖେଳ କୌତୁକ ସମ୍ପର୍କରେ କହିଥିଲେ । ଏହି ଅବସରରେ ଗରଦପୁର ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ଏହି ବିଦ୍ୟାଳୟକୁ ପରିଦର୍ଶନ କରିବା ଅବସରରେ ୭ମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ । ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ସେଠୀ , ସିଆରସିସି ଶ୍ରୀ ରବିନ୍ଦ୍ରନାଥ ନାୟକ  ବ୍ଲକ୍ ଅଂଚଳର ଯମୁନାବାଦ ସ୍କୁଲ, ଦଳୁଆଣି ସ୍କୁଲ, ହରିଦାସପୁର ସ୍କୁଲ , ନୂଆପଡ଼ା ସ୍କୁଲ ଓ ପାଟକୁରା ସ୍କୁଲ ଆଦି ସ୍କୁଲ କୁ ପରିଦର୍ଶନରେ ଯାଇ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର …

Leave a Reply

Your email address will not be published.