Tuesday , August 9 2022
Breaking News
Home / ବିଶେଷ / ନିମେଇଶାପୁର ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚରୁ ହାରିଯିଵା ପରେ ଵିଜେଡି ନେତା ମଦ,ମାଂସ ଟଙ୍କା ଫେରସ୍ତ କରିଵାକୁ ଜୁଲୁମ କରିଵା କୁ ନେଇ ଚର୍ଚ୍ଚା

ନିମେଇଶାପୁର ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚରୁ ହାରିଯିଵା ପରେ ଵିଜେଡି ନେତା ମଦ,ମାଂସ ଟଙ୍କା ଫେରସ୍ତ କରିଵାକୁ ଜୁଲୁମ କରିଵା କୁ ନେଇ ଚର୍ଚ୍ଚା

କଟକ ସଦର, ୨୮/୦୨/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ଵେହେରା): କଟକ ସଦର ଵିଜୁ ଯୁଵ ଜନତା ଦଳ ସଭାପତି ହିମାଂଶୁ ଦାସ (ପିଣ୍ଟୁ) ଙ୍କ ସ୍ତ୍ରୀ ନିମେଇସାପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥିନୀ ହୋଇ ଶୋଚନୀୟ ପରାଜୟ ଵରଣ କରିଥିଵାରୁ ସ୍ୱାମୀ ଏଵେ ଭୋଟ ହାତେଇବାକୁ ଵାଣ୍ଟିଥିଵା ଟଙ୍କା,ମଦ ମାଉଁସ ଜୁଲୁମ କରି ମାଗିଵାକୁ ନେଇ ଭିଡିଓ ଭାଇରାଲ ହେଉଛି।ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସହିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଥିରେ କଟକ ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ତଥା ବ୍ଲକ ଵିଜେଡି କାର୍ୟ୍ୟକାରୀ ସଭାପତି ସମର ଵେହେରା ମଧ୍ୟ ଏହି ସଵୁ ଅନୈତିକ କାରଵାରରେ ସଂପୃକ୍ତ ଵୋଲି ପିଣ୍ଟୁଙ୍କ ଵାର୍ତାଳାପରୁ ସ୍ପଷ୍ଟ ଜଣାପଡ଼ିଛି। ପ୍ରକାଶ ଯେ ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଏକାନ୍ତ ଅନୁଗତ ଭାଵେ ଏହି ଦୁଇ ନେତା କିଭଳି ଭୋଟ ହାତେଇବାକୁ ହୀନ ମାନସିକତା ନେଇ କାର୍ୟ୍ୟ କରୁଥିଲେ ତାହା ଆଜି ହାଟରେ ପଡି ଦାଣ୍ଡରେ ଗଡ ଗଡଉଛି। ବିଜେଡି କେଉଁ ଭଳି ଢଙ୍ଗରେ ଭୋଟ ହାତେଇଛି ତାହା ଆଜି ହିମାଂଶୁ ଙ୍କ ଭିଡିଓ ଭାଇରାଲରୁ ପ୍ରମାଣିତ ହୋଇଛି ଵୋଲି ଚର୍ଚ୍ଚା ଯୋର ଧରିଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.