Thursday , March 30 2023
Breaking News
Home / ଶିକ୍ଷା / ଦୁଇ ବର୍ଷ ପରେ ଖୋଲିଲା ସାଇ ଜ୍ଞାନ ପ୍ଲେ ସ୍କୁଲ

ଦୁଇ ବର୍ଷ ପରେ ଖୋଲିଲା ସାଇ ଜ୍ଞାନ ପ୍ଲେ ସ୍କୁଲ

ଜଗତସିଂହପୁୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )- କରୋନା ମହାମାରୀ ଯୋଗୁଁ କେଜି ରୁ ପ୍ରଥମ,ଦ୍ୱିତୀୟ, ତୃତୀୟ ଶ୍ରେଣୀ ର କୁନି ପିଲାମାନେ ସ୍କୁଲ ହତାମାଡିନଥିବାବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଆଜିଠୁ କେଜି ବା ବୋଧ ରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ର ଛାତ୍ରୀ ମାନେ କୋଭିଡ ନିୟମ ପାଳନ କରି ନିଜ ନିଜ ସ୍କୁଲକୁ ଯାଇଛନ୍ତି। ଜଗତସିଂହପୁର ସହରରେ ଜୟବଡ଼ ରେଥିବା ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁନି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରବେଶ ଦ୍ୱାର ରେ ବେଲୁନ ଓ ଫୁଲ ସଜାଇବା ସହ କୁନି କୁନି ଶିଶୁ ମାନଙ୍କୁ ହାତରେ ପ୍ରଥମେ ସାନିଟାଇଜର,ପରେ ବେଲୁନ ଓ ଚକଲେଟ ଦେଇ ସ୍ୱାଗତ କରିଥିଲେ ଶିକ୍ଷୟତ୍ରୀ ମାନେ।ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା କହିଥିଲେ ଏବେ ପିଲାମାନଙ୍କୁ ଖେଳ କୁଦ, ନାଚ ଗୀତ ଓ ବିଭିନ୍ନପ୍ରତିଯୋଗିତା ଆୟୋଜନ କରାଯିବା ସହ ସ୍ୱତନ୍ତ୍ର ଭାବେ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି।ଆଜି ଛାତ୍ର ଛାତ୍ରୀ ମାନେ ଦୁଇ ବର୍ଷ ପରେ ନିଜ ସ୍କୁଲ କୁ ଆସି ଖୁସି ରେ ଖେଳକୁଦ କରିଥିବାର ଦେଖିବାକୁ ମିଳିଥିଲା।ଆଜି ଛାତ୍ର ଛାତ୍ରୀ ମାନଙ୍କ ସ୍ୱାଗତ କାର୍ୟ୍ୟକ୍ରମ କୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ନାୟକ, ଲିପ୍ସା ମହାନ୍ତି, ଅୟସ କାନ୍ତ ବଳ, କେୟାର ଟେକର ସୁଜାତା ନନ୍ଦି ପ୍ରମୂଖ ପରିଚାଳନା ରେ ସହାୟତା କରିଥିଲେ।ଓଡ଼ିଶା ସମାଚାର

Leave a Reply

Your email address will not be published.