ଗରଦପୁର,୨୮/୦୨/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଗତକାଲି ରାତିରେ ଅଜ୍ଞାତ ଦୁର୍ବୃତମାନେ ଘରର ଗ୍ରୀଲ କାଟି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ପ୍ରକାଶ ଯେ ଜଗଦଳପୁର ଗ୍ରାମର ଜିତେନ୍ ଜେନାଙ୍କ ପରିବାର ଲୋକ ଗତକାଲି ଏକ ବାହାଘର ଉତ୍ସବରେ ଯୋଗଦେବା ପାଇଁ ବାହାରକୁ ଯାଇଥିଲେ । ଏହାର ସୁଯୋଗରେ ଅଜ୍ଞାତ ଦୁର୍ବୃତମାନେ ଜିତେନ୍ ଙ୍କ ଘରର ଗ୍ରୀଲ କାଟି ଘରେ ପଡ଼ିଥିବା କେଲପକୁ କାଟି ଘର ମଧ୍ୟକୁ ପ୍ରବେଶ କରିଥିଲେ । ଘର ଭିତରେ ଥିବା ୩ ଗୋଟି ବାକ୍ସକୁ ଦୁର୍ବୃତମାନେ ଉଠାଇନେଇ ଥିଲେ । ଘର ନିକଟସ୍ଥ ଏକ ଜମିରେ ୩ ଗୋଟି ବାକ୍ସକୁ କାଟି ସେଥିରେ ଥିବା ସୁନା ଗହଣା ଓ ନଗଦ ଟଙ୍କାକୁ ନେଇ ଫେରାର ହୋଇଯାଇଛନ୍ତି । ସେହିପରି ସେହି ଗ୍ରାମର ନବ କିଶୋର ବିଶ୍ୱାଳ, ଦୁର୍ମଲ୍ୟ ବାରିକ ଓ ପ୍ରଦୀପ ମଲ ଙ୍କ ଘରେ ଚୋରମାନେ ଘରେ ପସିବାକୁ ଉଦ୍ୟମ କରିଥିଲେ ମାତ୍ର ଘରର ଲୋକମାନେ ଉଠିପଡ଼ିବାରୁ ଦୁର୍ବୃତମାନେ ପଳାଇ ଯାଇଥିଲେ । ଚୋରୀ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ପାଟକୁରା ଥାନା ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି । ଖବର ଲେଖା ବେଳକୁ ବିଲ ରେ ବାକ୍ସ ଗୁଡ଼ିକ ପଡ଼ିଛି । ଓଡ଼ିଶା ସମାଚାର
