କଟକ ସଦର, ୨୮/୦୨/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ସମିତିସଭ୍ୟା ଭାଵେ ବିଷ୍ଣୁପ୍ରିୟା ରାଉତ ଵିନା ପ୍ରତିଦ୍ବନ୍ଦିତାରେ ଜିତିଥିଵାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଵେ ଧର୍ମ ଗୁଳାରେ ସରପଞ୍ଚ ଭାବେ ଜିତିଥିଵା ସୋନାଲି ପ୍ରଧାନ ଙ୍କୁ ନେଇ ଵିଵାଦ ଘନେଇଵାରେ ଲାଗିଛି। ପ୍ରକାଶ ଯେ ଗଣତିରେ ପ୍ରଥମେ ସରପଞ୍ଚ ଭାଵେ ପିନୋଜା ମହାନ୍ତି ୨ ଖଣ୍ଡ ଭୋଟରେ ବିଜୟୀ ଘୋଷଣା ହେଵାପରେ ଅନ୍ୟ ଜଣେ ପ୍ରତିଦ୍ବନ୍ଦି ସୋନାଲି ପ୍ରଧାନ ପୁନଃ ଗଣତି ପାଇଁ ଆଵେଦନ କରିଥିଲେ। ପୁନଃ ଗଣତିରେ ଉଭୟ ପ୍ରାର୍ଥିନୀଙ୍କ ଭୋଟ ସମାନ ଭାଵେ ୧୦୨୧ ଵୋଲି ଜଣା ପଡିଥିଲା। ଏହା ପରେ ଧର୍ମଗୁଳା କରାଯିଵାରେ ସୋନାଲି ପ୍ରଧାନ ବିଜୟୀ ହେଲେ। ହେଲେ ଗଣତିରେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ପରାଜିତ ପ୍ରାର୍ଥିନୀ ପିନୋଜା ମହାନ୍ତି। ଏଥିପାଇଁ ସିଏ ଅଦାଲତର ଦ୍ୱ।ରସ୍ଥ ହେଵେ ଵୋଲି ସଜଵାଜ ହେଉଥିବା ତାଙ୍କ ସମର୍ଥକ ମହଲରୁ ଜଣାପଡିଵା ପରେ ଏଵେ ଏହି ଘଟଣା ଵିଵଦମାନ ହୋଇପଡିଛି। ଓଡ଼ିଶା ସମାଚାର
