Tuesday , August 16 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡାର ୧୨ଟି ଜୋନରେ ବିଜେଡି ଓ ଗୋଟିଏ ଜୋନରେ ବିଜେପି ଆଗୁଆ

କେନ୍ଦ୍ରାପଡାର ୧୨ଟି ଜୋନରେ ବିଜେଡି ଓ ଗୋଟିଏ ଜୋନରେ ବିଜେପି ଆଗୁଆ

ରାଜନଗରରେ ବିଜେଡି ପ୍ରାର୍ଥୀ ୭୨୯୮ ଭୋଟରେ ବିଜୟୀ
କେନ୍ଦ୍ରାପଡ଼ା, ୨୮/୦୨/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲାର ୧୨ଟି ଜିଲା ପରିଷଦ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀମାନେ ଆଗୁଆ ଥିବା ବେଳେ ଗୋଟିଏ ଜୋନରେ ବିଜେପି ଆଗରେ ଥିବା ସୂଚନା ମିଳିଛି । ସେହି ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ୭ନମ୍ବର ଜୋନର ବିଜେଡି ପ୍ରାର୍ଥୀ ମଧୁଛନ୍ଦା ମହାନ୍ତି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସୁଜାତା ଦାସଙ୍କ ଠାରୁ ୫୪୮୮ ଭୋଟରେ ଆଗୁଆ ଥିବା ବେଳେ ୮ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଅନନ୍ତ କୁମାର ସ୍ୱାଇଁଙ୍କ ଠାରୁ ୬୫୯୨ ଭୋଟରେ ଆଗୁଆ ଅଛନ୍ତି । ମହାକାଳପଡା ବ୍ଲକର ୨୨ ନମ୍ବର ଜୋନରେ ବିଜେଡିର ଅପୁ ପରିଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସରୋଜକାନ୍ତ ସାହୁଙ୍କ ଠାରୁ ୩୧୬୮ ଭୋଟରେ ଆଗୁଆ ଥିବା ବେଳେ ସେହି ବ୍ଲକର ୨୩ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମୃତୁ୍ୟଞ୍ଜୟ ମଣ୍ଡଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶଶିକାନ୍ତ ପରିଡାଙ୍କ ଠାରୁ ୧୬୭୧ ଭୋଟରେ ଆଗୁଆ ଅଛନ୍ତି । ଡେରାବିଶ ବ୍ଲକର ୧୪ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମମତା ସେଠୀଙ୍କ ଠାରୁ ଭୋଟରେ ୩୦୨୪ ଭୋଟରେ ଆଗୁଆ ଅଛନ୍ତି । ଗରଦପୁର ବ୍ଲକର ୧୧ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମଞ୍ଜୁବାଳା ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଡଲି ଶତପଥୀଙ୍କ ଠାରୁ ୧୫୯୪ ଭୋଟରେ ପଛୁଆ ଅଛନ୍ତି । ରାଜନଗର ବ୍ଲକର ୩୨ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଖୁକୁମିନା କୁଅଁର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଆରତୀ ହାଂସଦାଙ୍କ ଠାରୁ ୭୨୯୮ଭୋଟରେ ବିଜୟୀ ହୋଇଛନ୍ତି । ମାର୍ଶାଘାଇ ବ୍ଲକର ୨୬ନମ୍ବର ଜୋନର ବିଜେଡି ପ୍ରାର୍ଥୀ ପ୍ରତାପ କୁମାର ମଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମିହିର କୁମାର ସାମଲଙ୍କ ଠାରୁ ୨୫୫୩ ଭୋଟରେ ଆଗୁଆ ଅଛନ୍ତି । ସେହିଭଳି ରାଜକନିକା ବ୍ଲକର ୨୯ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଅମିତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ପ୍ରମିଳା ସାହୁଙ୍କ ଠାରୁ ୫୫୪୬ ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି । ଆଳି ବ୍ଲକର ୩ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ସ୍ୱାଗତିକା ରାଉତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରେଖା ସେଠୀଙ୍କ ଠାରୁ ୧୬୯୮ ଭୋଟରେ ଆଗୁଆ ରହିଛନ୍ତି । ସେହିଭଳି ଆଳି ବ୍ଲକର ୪ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଜୟରାମ ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ମାନଗୋବିନ୍ଦ ଦାସଙ୍କ ଠାରୁ ୩୭୩୦ ଭୋଟରେ ଆଗୁଆ ଅଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ୧୮ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଶ୍ମୀ ମଲିକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମାମି ମଲିକଙ୍କ ଠାରୁ ୩୮୩୩ ଭୋଟରେ ଆଗୁଆ ଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ୧୭ନମ୍ବର ଜୋନର ବିଜେଡି ପ୍ରାର୍ଥୀ ରଞ୍ଜନ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ଠାରୁ ୧୩୦୯ ଭୋଟରେ ଆଗୁଆ ଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.