କଟକ ସଦର, ୨୮/୦୨/୨୦୨୨(ଓଡିଶା ସମାଚାର/ ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ୨ୟ ପର୍ୟ୍ୟାୟ ଭୋଟ ଗଣତିରେ ୫ ନମ୍ଵର କନ୍ଦରପୁର ଜୋନର ୬ ଗୋଟି ପଞ୍ଚାୟତ ର ଫଳାଫଳ ରଵିଵାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି।ଏହି ଯୋନର ଜିଲାପରିଷଦ ଵିଜେଡି

ପ୍ରାର୍ଥୀ ପ୍ରଦୀପ୍ତ ମହାଳୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଵିଜେପି ପ୍ରାର୍ଥିଙ୍କ ଠାରୁ ପ୍ରାୟ ୫ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ଜଣାଯାଇଛି।ସେହିପରି କନ୍ଦରପୁର ପଞ୍ଚାୟତ ସରପଞ୍ଚ ଭାବେ ସୁଭାଷିନୀ ରାଉତ, ସମିତି ସଭ୍ୟ ଶାରଦା ସ୍ୱାଇଁ,ଆୟତପୁର ପଞ୍ଚାୟତ ସରପଞ୍ଚ ଭାବେ ରାକେଶ ବେହେରା, ସମିତି ସଭ୍ୟା ମାନସୀ ମଲ୍ଲିକ,ନିମେଇଶାପୁର ସରପଞ୍ଚ ଭାବେ ଜୈ।ସ୍ନାରାଣୀ ରାଉତ, ସମିତି ସଭ୍ୟା ଉର୍ମିଳା ସାହୁ,ଫକିରପଡା ପଞ୍ଚାୟତ ସରପଞ୍ଚ ଭାବେ ମିଲି ସେଠୀ, ସମିତି ସଭ୍ୟ ସନ୍ତୋଷ ରାଉତ, ପରମହଂସ ପଞ୍ଚାୟତ ସରପଞ୍ଚ ଭାବେ ଅଶୋକ ପାତ୍ର, ସମିତି ସଭ୍ୟା ଵଵିତା ଵେହେରା ନିର୍ବାଚିତ ହୋଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଏହି ଯେ ଗତିରାଉତପାଟଣାର ସମିତିମଭ୍ୟା ପ୍ରାର୍ଥିନୀ ବିଷ୍ଣୁପ୍ରିୟା ରାଉତ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଵେଳେ ସରପଞ୍ଚ ଭାଵେ ଲଢ଼ୁଥିବା ଦୁଇ ପ୍ରତିଦ୍ବନ୍ଦି ସୋନାଲିକା ପ୍ରଧାନ ଓ ପିନୋଜା ମହାନ୍ତି ଙ୍କର ଭୋଟ ସମାନ ସମାନ ହୋଇଥିବା ଗଣତିରୁ ଜଣାପଡିଵା ପରେ ଧର୍ମ ଗୁଳା କରାଯାଇଥିଲା।ଏଥିରେ ସୋନାଲିକା ମହାନ୍ତି ଵିଜୟୀ ହୋଇଥିଵା ଅସମର୍ଥିତ ସୂତ୍ରରୁ ଜଣାପଡିଛି।ଆଜି ସୋମଵାର ୬ନମ୍ଵର ୪୨ ମୈ।ଜା ଯୋନର ୬ ଗୋଟି ପଞ୍ଚାୟତ ଓ ୭ ନମ୍ଵର କିଶନନଗର ଯୋନର ୮ ଗୋଟି ପଞ୍ଚାୟତର ଭୋଟ ଗଣତି କରାଯାଉଥିବା ଜଣାପଡିଛି। ଓଡିଶା ସମାଚାର