Saturday , August 13 2022
Breaking News
Home / କ୍ରୀଡ଼ା / ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ଜୁନାଗଡ଼ ବିଜୟୀ

ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ଜୁନାଗଡ଼ ବିଜୟୀ

ଜୁନାଗଡ଼, ୨୮/୦୨/୨୦୨୨( ଓଡ଼ିଶା ସମାଚାର /ରାକେଶ ବେମାଲ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ ଭୈରବ ଖେଳ ପଡିଆ ଠାରେ ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟର ଆଜି ଷଷ୍ଠ ଦିନ ଖେଳରେ ମୁନିଗୁଡାକୁ ହରାଇ ଜୁନାଗଡ଼ ବିଜୟୀ ହୋଇଛି । ଏହି ଅବସରରେ ଅତିଥି ଭାବରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ ଓ ସଦସ୍ୟ ପ୍ରଭୁଦତ୍ତ ପଣ୍ଡା ଯୋଗ ଦେଇଥିଲେ । ଜୁନାଗଡ଼ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ( ବି) ଏବଂ ମୁନିଗୁଡା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ପ୍ରଥମେ ଜୁନାଗଡ଼ ଦଳ ବ୍ୟାଟିଂ କରି ୩୦ଓଭର ରେ ୧୦ ୱିକେଟ ହରାଇ ୨୩୭ ରନ ସଂଗ୍ରହ କରିଥିଲେ । ସୁରଜ ବାଗ ଭଲ ବ୍ୟାଟିଙ୍ଗ କରି ସର୍ବଧିକ ୧୦୦ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ମୁନିଗୁଡା ସମସ୍ତ ୱିକେଟ ହରାଇ ୯୬ ରନ ସଗ୍ରହ କରିଥିଲେ । ଫଳରେ ଜୁନାଗଡ଼ ଦଳ ୧୬୧ ରନ ରେ ବିଜୟ ଲାଭ କରିଥିଲା ।ବୋଲିଙ୍ଗ ରେ ଜୁନାଗଡ଼ ଦଳ ର ସତୀଶ ପ୍ରଧାନ ଭଲ ବୋଲିଙ୍ଗ କରି ୪ ଓିକେଟ ନେଇ ଥିଲେ । ସୁରଜ ବାଗ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ମ୍ୟାଚ ରେ ସମ୍ବଲପୁର ର ମହେଶ ମନ୍ସୁକ ଏବଂ ଜୟପୁର ର ଅସିତ ପଟ୍ଟନାଏକ ଅମ୍ପାୟରିଂ କରିଥିବା ବେଳେ ନୀତିଶ ମହାପାତ୍ର ଏବଂ ବିନୟ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ରୀତିକ ବେହେରା ଏବଂ ସୁଜଳ ଦଳପତି ଦାୟିତ୍ବ ତୁଲାଇଥିଲେ । ଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ସଭାପତି ହିମାଂଶୁ ବରାଡ଼, ସମୀର ସାହୁ, ସରୋଜ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ଅଶୋକ ସାହାଣୀ,ଦିଲୀପ ପଣ୍ଡା ଏବଂ ରମଣୀ ପଣ୍ଡା, ସୁଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.