Tuesday , August 9 2022
Breaking News
Home / ନିର୍ବାଚନ / ୫ନମ୍ବର  ଜୋନର ୮ଟି ପଂଚାୟତରେ ବିଜୟୀ ସରପଂଚ ଓ ସମିତିସଭ୍ୟ

୫ନମ୍ବର  ଜୋନର ୮ଟି ପଂଚାୟତରେ ବିଜୟୀ ସରପଂଚ ଓ ସମିତିସଭ୍ୟ

କେନ୍ଦ୍ରାପଡ଼ା,୨୭/୦୨/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ବ୍ଲକର ୫ନମ୍ବର ଜୋନରେ ଇନ୍ଦୁପୁର, ଧୂମାତ, ଘାଘରା, ଚାରିଗାଁ, ନିକିରାଇ, ଢୋଲ, କୁତୁରଙ୍ଗ, କୋରୋ ପ୍ରଭୃତି ୮ଟି ପଂଚାୟତ ରହିଛି । କେନ୍ଦ୍ରାପଡା କଲେଜରେ ପ୍ରଥମ ପର୍ଯ୍ୟାୟରେ ଏହି ଜୋନର ଭୋଟ ଗଣନା ଶନିବାର ଅନୁଷ୍ଠିତ ହୋଇ ରବିବାର ସକାଳେ ଫଳାଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା ବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁଯାଇ ଇନ୍ଦୁପୁର ପଂଚାୟତରେ ସରପଂଚ ଭାବେ ପ୍ରଦିପ୍ତରଞ୍ଜନ ସୂତାର ୯୫୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଫୁଲ୍ଲ କୁମାର ଦାସଙ୍କ ଠାରୁ ୨୬୩ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଧୂମାତ ପଂଚାୟତରେ ସରପଂଚ ଭାବେ ମଞ୍ଜୁଲତା ସେଠୀ ୧୧୪୯ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅନ୍ନପୂର୍ଣ୍ଣା ମଲିକଙ୍କ ଠାରୁ ୩ଶହ ଭୋଟ ଅଧିକ ପାଇଛନ୍ତି । ଘାଘରା ପଂଚାୟତରେ ସରପଂଚ ଭାବେ ପ୍ରିୟଦର୍ଶିନୀ ବିଶ୍ୱାଳ ୧୧୯୬ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶକୁନ୍ତଳା ମଳିକଙ୍କ ଠାରୁ ୫୧୩ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଚାରିଗାଁ ପଂଚାୟତର ସରପଂଚ ଭାବେ ଭାରତୀ ମଲିକ ୧୦୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରଶ୍ମିତା ଥାଟୋଇଙ୍କ ଠାରୁ ୩୨୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ନିକିରାଇ ପଂଚାୟତର ସରପଂଚ ଭାବେ ଅପର୍ଣ୍ଣା ଉଡାନସିଂ ୨୮୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହେମଲତା ମଲିକଙ୍କ ଠାରୁ ୧୬୨୧ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଢୋଲ ପଂଚାୟତର ସରପଂଚ ଭାବେ ପ୍ରଫୁଲ୍ଲ ମଲିକ ୧୦୯୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମନୋରଞ୍ଜନ ଜେନାଙ୍କ ଠାରୁ ୨୯୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି । କୁତୁରଙ୍ଗ ପଂଚାୟତର ସରପଂଚ ଭାବେ ଚିତରଞ୍ଜନ ଜେନା ୬୮୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ  ନରୋତମ ମଲିକଙ୍କ ଠାରୁ ୨୧୮ଖଣ୍ଡ ଭୋଟ ଅଧିକ ପାଇଛନ୍ତି । କୋରୋ ପଂଚାୟତର ସରପଂଚ ଭାବେ ଦୀପାଞ୍ଜଳୀ ଜେନା ୧୮୪୭ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନନ୍ଦିନୀ ପ୍ରଭା ପାତ୍ରଙ୍କ ଠାରୁ ୪୩୯ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ସେହିପରି ଘାଘରା ପଂଚାତରେ ସମିତିସଭ୍ୟ ଭାବେ କୁଞ୍ଜ ବିହାରୀ ସ୍ୱାଇଁ  ୮୭୧ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଶ୍ୱନାଥ ପରିଡାଙ୍କ ଠାରୁ ୧୪୯ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଚାରିଗାଁ ପଂଚାୟତର ସମିତିସଭ୍ୟ ଭାବେ ମମତା ରାଉତ ୭୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମଞ୍ଜୁଲତା ମଲିକଙ୍କ ଠାରୁ ୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ନିକିରାଇ ପଂଚାୟତର ସମିତିସଭ୍ୟ ଭାବେ ପ୍ରିୟମ୍ବଦା ଦାସ ୨୪୨୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭକ୍ତରଞ୍ଜନ ଜେନାଙ୍କ ଠାରୁ ୧୦୪୯ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଢୋଲ ପଂଚାୟତର ସମିତିସଭ୍ୟ ଭାବେ ଅକ୍ଷୟ କୁମାର ସାହୁ ୧୦୩୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କାର୍ତିକ ଚନ୍ଦ୍ର ପଣ୍ଡାଙ୍କ ଠାରୁ ୨୫୪ଖଣ୍ଡ ଭୋଟ ଅଧିକ ପାଇଛନ୍ତି । କୁତୁରଙ୍ଗ ପଂଚାୟତର ସମିତିସଭ୍ୟ ଭାବେ ମିନତୀ ଦାସ ୪୭୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ  ଶଶୀରେଖା ଜେନାଙ୍କ ଠାରୁ ଏକଶହ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । କୋରୋ ପଂଚାୟତର ସମିତିସଭ୍ୟ ଭାବେ ଜୀତେନ୍ଦ୍ର ରାଉତ୧୬୫୩ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଭୂତି ନାୟକଙ୍କ ଠାରୁ ୩୦୧ଖଣ୍ଡ ଭୋଟ ଅଧିକ ପାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.