କେନ୍ଦ୍ରାପଡ଼ା,୨୭/୦୨/୨୦୨୨( ଓଡ଼ିଶା ସମାଚାର )-ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ରବିବାର ସକାଳେ ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ବ୍ଲକ ୫ନମ୍ବର ଜୋନର ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀନୀ ଲିଲିତା ଦାସ ବିଜୟୀ ହୋଇଛନ୍ତି । ଲିଲିତା ମୋଟ ୧୨ହଜାର ୭୯୪ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପଦ୍ମିନୀ ମଳିକଙ୍କୁ ୬ହଜାର ୮୫୯ ଭୋଟ ମିଳିଛି । ଲିଲିତା ୫ହଜାର ୯୩୫ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ଜୋନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀନୀ ଅନ୍ନପୂର୍ଣ୍ଣା ମଲିକ ୩ହଜାର ୯୧୭ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଜୋନଟିରେ ପୂର୍ବ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ । ଚଳିତ ଥର ବିଜେଡି ସେହି ଜୋନଟିକୁ ବିଜେପି ହାତରୁ ଛଡାଇ ନେଇଛି । ଓଡ଼ିଶା ସମାଚାର
