ଜୁନାଗଡ଼ ୨୭/୦୨/୨୦୨୨ ( ଓଡ଼ିଶା ସମାଚାର /ରାକେଶ କୁମାର ବେମାଲ )- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ୟ୍ୟାୟ ଭୋଟ ଗଣତି ଶେଷ ହୋଇଛି । ଏଥିରେ ଜୋନ ୧ ରେ ବିଜେଡି ବିଜୟ ଲାଭ କରିଛି । ଜୋନ ୧ ର ଜିଲ୍ଲାପରିଷଦ ନିର୍ବାଚନ ମଇଦାନ ରେ ୫ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ଏଥିରେ ବିଜେଡ଼ି ରୁ ସୁଧୀରା ମେହେର ବିଜେପି ର ଶର୍ମିଷ୍ଠା ମେହେର କଂଗ୍ରେସ ର

ହରିଶ୍ଚନ୍ଦ୍ର ଗୁରୁ ବିଏସପି ରୁ ଉଦ୍ଧବ ସିଂ ଶବର ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ତ୍ରିଭୁବନ ପଣ୍ଡା ପ୍ରାର୍ଥୀ ରହିଥିଲେ । ସେମାନ ଙ୍କ ମଧ୍ୟରେ ବିଜେଡ଼ି ୧୬୨୯୮ , ବିଜେପି ୫୪୪୩, କଂଗ୍ରେସ ୨୭୬୮, ବିଏସପି ୭୧୬ , ସ୍ଵାଧୀନ ରେ ୯୩୨ ଭୋଟ ପାଇଥିଲେ । ସେଥି ମଧ୍ୟରେ ବିଜେଡ଼ି ତା”ର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଠାରୁ ୧୦୮୫୫ ଭୋଟ ରେ ଵିଜୟ ଲାଭ କରିଛନ୍ତି । ପ୍ରଥମ ପର୍ୟ୍ୟାୟ ଭୋଟ ଗଣତି ରେ ବିଜେଡ଼ି ବିପୁଳ ମାତ୍ରା ରେ ଵିଜୟ ଲାଭ କରି ଥିବାରୁ ଦଳ ଏବଂ ଦଳୀୟ କର୍ମୀ ଙ୍କ ମଧ୍ୟ ରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର