Friday , June 9 2023
Breaking News
Home / ବିଶେଷ / କିନ୍ନରମାନଙ୍କ ଆରାଧ୍ୟା ଦେଵୀ ମା’ ଵହୁଚରାଙ୍କ ମୃମୟ ମୂର୍ତ୍ତି ପୂଜା

କିନ୍ନରମାନଙ୍କ ଆରାଧ୍ୟା ଦେଵୀ ମା’ ଵହୁଚରାଙ୍କ ମୃମୟ ମୂର୍ତ୍ତି ପୂଜା

କଟକ ସଦର, ୨୭/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କିନ୍ନର ସମାଜର ଆରାଧ୍ୟା କିନ୍ନର ଦେଵୀ ମା’ ଵହୁଚରାଙ୍କ ପାରମ୍ପରିକ ୫ ମ ବାର୍ଷିକ ପୂଜା ମହୋତ୍ସବ କନ୍ଦରପୁର କିନ୍ନର ସମାଜ ପକ୍ଷରୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାରାଵିଲ ସନ୍ନିକଟ କିନ୍ନର ଵସ୍ତିରେ ଅନୁଷ୍ଠିତ ହୋଇଯାଇଛି। ଶନିଵାର ଦିନ କଳସ ଶୋଭାଯାତ୍ରା କରଯାଇ ନିଶାର୍ଦ୍ଧରେ ମା’ ଙ୍କ ଆଵାହନ ଓ ମୃଣ୍ମୟୀ ମୂର୍ତ୍ତି ର ଚକ୍ଷୁଦାନ କରାଯିଵା ସହ ଚଣ୍ଡିପାଠ ହୋମଯଜ୍ଞ କରାଯାଇ ତତକ୍ଷଣାତ୍ ବଧି ଅନୁସାରେ ବିସର୍ଜନ କରାଯାଇଥିଲା। ଆଜି ରଵିଵାର ଏହି ଅଵସରରେ ଅନ୍ୟ ସ୍ଥାନରୁ ଵହୁ କିନ୍ନର ମାନେ ଆସି ଏହି କାର୍ୟ୍ୟକ୍ରମରେ ଯୋଗଦେଵା ସହିତ ଆନନ୍ଦ ଵଜାରରେ ସାମିଲ ହୋଇଥିଲେ। ସଂଧ୍ୟାରେ ମା’ ଙ୍କ ମୃଣ୍ମୟୀ ମୂର୍ତ୍ତି କୁ ଶୋଭାଯାତ୍ରା ରେ ନିଆଯାଇ ଜଳରେ ବିସର୍ଜନ କରାଯାଇଥିଲା। ଏହି ଅଵସରରେ ଵଡିମା ନାଜରା କିନ୍ନର, ଗୁରୁ ଖୁସଵୁ କିନ୍ନର, ଚେଲ୍ଲା ଵେଲ କିନ୍ନର ଙ୍କୁ ଅନ୍ତେବାସୀ ମାନେ ପୂଜା କରିଥିଲେ। ସମସ୍ତ କାର୍ୟ୍ୟକ୍ରମ କୁ ଗୁରୁ ମା ଵେଲ କିନ୍ନର, ଦେଵକୀ, ଗେଡି, କୁନ୍ତୀ,ଚୁଲଵୁଲି,ମାନସ ମିଲି, କଲ୍ୟାଣୀ, ରିମଝିମ୍,ଗୈ।ରୀ, ସସ୍ମିତା ଓ କିନ୍ନର ପରିବାର ସହାୟତା ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.