କଟକ ସଦର, ୨୭/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କଟକ ସଦର ଵ୍ଲକର ପ୍ରଥମ ପର୍ଯ୍ୟାୟ ଭୋଟଗଣତିରେ ୪ ନମ୍ଵର ଜିଲ୍ଲାପରିଷଦ ଯୋନର ୩ ଗୋଟି ପଞ୍ଚାୟତ ଫଳାଫଳ ଶନିବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି।ଏଥିରେ ଜିଲାପରିଷଦ ସଭ୍ୟା ଭାଵେ ଉରାଳି ସରପଞ୍ଚ ଆଶାଲତା ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସ୍ୱାଧୀନ ପ୍ରାର୍ଥିନୀ କଵିତା ଦାସଙ୍କୁ ପ୍ରାୟ ୨୨ ଶହରୁ ଉର୍ଦ୍ଧ୍ବ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି ଉରାଳି ପଞ୍ଚାୟତର ସରପଞ୍ଚ ଭାବେ ଅଭିଷେକ ବେହେରା, ସମିତି ସଭ୍ୟ ସୁକଦେଵ ମଲ୍ଲିକ,ଖଣ୍ଡାଏତା ପଞ୍ଚାୟତ ସରପଞ୍ଚ ଭାବେ ପୂର୍ଣ୍ଣଚନ୍ଦ୍ର ପରିଡ଼ା, ସମିତି ସଭ୍ୟା ଜୟନ୍ତୀ ପ୍ରଧାନ,ଆମଣ ପଞ୍ଚାୟତ ସରପଞ୍ଚ ଭାବେ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜକିଶୋର ପଟ୍ଟନାୟକ ନିର୍ବାଚିତ ହୋଇଥିବା ଜଣାଯାଇଛି।ଆଜି ରବିବାର ୫ ନମ୍ଵର ୫ ନମ୍ଵର କନ୍ଦରପୁର ଯୋନର ୬ ଗୋଟି ପଞ୍ଚାୟତର ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଓଡ଼ିଶା ସମାଚାର