Tuesday , August 9 2022
Breaking News
Home / ନିର୍ବାଚନ / ଗରଦପୁର ବ୍ଲକ୍ ରେ ଭୋଟ ଗଣତି ଚାଲିଛି , ବିଜେଡ଼ି ଆଗୁଆ

ଗରଦପୁର ବ୍ଲକ୍ ରେ ଭୋଟ ଗଣତି ଚାଲିଛି , ବିଜେଡ଼ି ଆଗୁଆ

ଗରଦପୁର,୨୬/୦୨/୨୦୨୨( ଓଡ଼ିଶା ସମାଚାର )-ଗରଦପୁର ବ୍ଲକ୍ ରେ ୯ ନମ୍ବର ଜିଲାପରିଷଦ ଜୋନ୍ ର ଆଜି ଭୋଟ ଗଣତି ଚାଲିଛି । ସକାଳ ୮ ଟାରୁ ଗଣତି ଚାଲିଥିଲେ ସୁଦ୍ଧା ରାତି ୯ଟା ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ବିଜେଡ଼ି ଜିଲାପରିଷଦ ପ୍ରାର୍ଥି ଏଲିଜା ସ୍ୱାଇଁ ୧୬୮୨ ଭୋଟ ରେ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥି ସୁଦିପ୍ତା ପ୍ରଧାନ ଙ୍କ ଠାରୁ ଆଗରେ ରହିଛନ୍ତି । ଏଲିଜା ସ୍ୱାଇଁ ମୋଟ ୬୨୬୯ ଭୋଟ ପାଇଥିବାବେଳେ ବିଜେପି ର ସୁଦିପ୍ତା ପ୍ରଧାନ ୪୫୮୭ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥି ପୁଷ୍ପାଂଜଳି ନାୟକ ମାତ୍ର ୫୦୯ ଖଣ୍ଡ ଭୋଟ ପାଇଛନ୍ତି । ଭୋଟ ଗଣତି ଚାଲିଛି । ସବିଶେଷ ଫଳାଫଳ ଜଣାପଡ଼ିନାହିଁ । ବର୍ତମାନ ସୁଦ୍ଧା ମାତ୍ର ୯ ରାଉଣ୍ଡ ଗଣତି ହୋଇଛି । ଭୋଟ ଗଣତି ଶେଷ ହୋଇ ସବିଶେଷ ତଥ୍ୟ ମିଳିବାକୁ ରାତି ୧ ରୁ ୨ ଟା ହେବ । ଭୋଟ ଗଣତି ଖୁବ୍ ଧିମେଇ ଧିମେଇ ଚାଲୁଛି । ଏହି ୯ ନମ୍ବର ଜୋନ୍ ରେ ତଳକୁସୁମା, ପଳସୁଧା, ବନ୍ତଳା, ତେଣ୍ଡାକୁଡ଼ା, ବଡ଼ ବେତ୍ରା ଓ ମଧୁ ଶାସନ ପଂଚାୟତ ରହିଛି । ସରପଂଚ , ସମିତି ସଭ୍ୟ ଓ ୱାର୍ଡ଼ ସଭ୍ୟଙ୍କର ମଧ୍ୟ ଭୋଟ ଗଣତି ଚାଲିଛି । କେବଳ କିଛି ୱାର୍ଡ଼ ସଭ୍ୟ ବିଜୟୀ ହୋଇଥିବା ଘୋଷଣା କରାଯାଇଛି । ବ୍ଲକ୍ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରଂଜିତ ମଲିକ୍ ଭୋଟ ଗଣତି ପରିଚାଳନା କରୁଛନ୍ତି । ଗରଦପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ୬ ଟା ଟେବୁଲ ରେ ଗଣତି ହେଉଛି । ପାଟକୁରା ଥାନା ଆଇଆଇସି ସରୋଜ ସାହୁ , ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା ପୋଲିସ ଫୋର୍ସ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.