Tuesday , September 27 2022
Breaking News
Home / ବିଶେଷ / ରୁଷିଆ – ୟୁକ୍ରେନ୍ ଯୁଦ୍ଧ : ଶାନ୍ତି ପାଇଁ ମହିଳା ଙ୍କ ପ୍ରାର୍ଥନା

ରୁଷିଆ – ୟୁକ୍ରେନ୍ ଯୁଦ୍ଧ : ଶାନ୍ତି ପାଇଁ ମହିଳା ଙ୍କ ପ୍ରାର୍ଥନା

ଗରଦପୁର,୨୫/୦୨/୨୦୨୨( ଓଡ଼ିଶା ସମାଚାର )-ଗତ ଦୁଇ ଦିନ ହେଲା ରୁଷିଆ ପଡ଼ୋସି ରାଷ୍ଟ୍ର ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି । ରୁଷିଆ ରଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ ୟୁକ୍ରେନ୍ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଛନ୍ତି । ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ ର ରାଜଧାନୀ କ୍ୟୁବା ଓ ଅନ୍ୟାନ୍ୟ ସହର ବ୍ୟାପକ କ୍ଷତିଗ୍ରସ୍ତ ହେଲାଣି । ରୁଷିଆର ବାୟୁସେନା ଓ ନୌସେନା ୟୁକ୍ରେନ୍ ର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଓ ଏୟାର ବେସ ଉପରେ ବୋମା ବର୍ଷଣ କରି ଧ୍ୱଂସ କରିବାରେ ଲାଗିଛନ୍ତି । ୟୁକ୍ରେନ୍ ମଧ୍ୟ ଯୁଦ୍ଧର ପାରୁ ପର୍ଯ୍ୟନ୍ତ ଜବାବ ଦେଉଛି । ରୁଷିଆର ୫ ଟି ଲଢ଼ୁଆ ବିମାନ ଧ୍ୱଂଶ କରିବା ସହିତ ୫୦ ଜଣ ରୁଷିଆ ସୈନିକଙ୍କୁ ହତ୍ୟା କରାଯାଇଥିବା ୟୁକ୍ରେନ୍ ଦାବିତ କରିଛି । ଅପର ପକ୍ଷରେ ରୁଷିଆ ଆକ୍ରମଣରେ ୧୩୭ ଜଣ ଙ୍କ ସମେତ ୪୦ ଜଣ ୟୁକ୍ରେନ୍ ସୈନ୍ୟ ଙ୍କ ମୃତ୍ୟୁ ହୋଇଥିବା ରୁଷିଆ କହିଛି । ଏହି ଯୁଦ୍ଧ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ୟୁରୋପ ମହାଦେଶ ଉପରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଯୁଦ୍ଧ ର ଘନଘଟା ମଧ୍ୟରେ ସାଧାରଣ ନାଗରିକ ଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ପ୍ରାଣ ବିକଳରେ ୟୁକ୍ରେନ୍ ର ନାଗରିକମାନେ ସହର ଛାଡ଼ି ଘର ଦ୍ୱାର ଛାଡ଼ି ମେଟ୍ରୋ ଷ୍ଟେସନ୍ ଓ ଭୂତଳ ବଙ୍କର ମଧ୍ୟରେ ଆଶ୍ରୟ ନେଇଛନ୍ତି । ସେଠାରେ ଖାଦ୍ୟ ଓ ପାଣି ର ଘୋର ସଙ୍କଟ ଉପୁଜିଲାଣି । ଏହି ଯୁଦ୍ଧ ଦ୍ୱାରା ସାରା ବିଶ୍ୱ ଆତଙ୍କିତ ହୋଇ ପଡ଼ିଛି । ଆମେରିକା ନେତୃତ୍ୱରେ ନାଟୋ ଦେଶ ଗୁଡ଼ିକ ରଷିଆର ଏକଚାଟିଆ ଯୁଦ୍ଧ ଘୋଷଣାକୁ ଘୋର ନିନ୍ଦା କରିବା ସହିତ ରଷିଆ ବିରୁଦ୍ଧରେ ଦୃଢ଼ ଆର୍ଥôକ କଟକଣା ଜାରି କରିଛନ୍ତି । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୁଦ୍ଧ କୁ ଏଡ଼ାଇ କୁଟନୈତିକ ଆଲୋଚନା ମାଧ୍ୟମରେ ଉଭୟ ଦେଶ ଆଲୋଚନା କରି ସମସ୍ୟାକୁ ସମାଧାନ କରିବା ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ରଷିଆ ସହିତ ଆଲୋଚନା ଜାରି ରଖିଛନ୍ତି । ଅଧିକନ୍ତୁ ଓଡ଼ିଶାର ୨୦ ହଜାରରୁ ଅଧିକ ଛାତ୍ର ଛାତ୍ରୀ ୟୁକ୍ରେନ୍ ରେ ରହି ପାଠ ପଢ଼ୁଛନ୍ତି । ସେମାନଙ୍କ ପରିବାର ବର୍ଗ ବ୍ୟଥିତ ହୋଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଓଡ଼ିଆ ଛାତ୍ର ଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ଆଣିବା ପାଇଁ ଆଜି ଘୋଷଣା କରି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେହି ପରିପ୍ରେକ୍ଷିରେ ପାଟକୁରା ଥାନା ନିକଟସ୍ଥ ଜଗଦଳପୁର ଗ୍ରାମର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରରେ ନାରୀ ନେତ୍ରୀ ଅହଲ୍ୟା ଲେଙ୍କା ଙ୍କ ନତେୃତ୍ୱରେ ମହିଳାମାନେ ଏକତ୍ରିତ ହୋଇ ରଷିଆ ଓ ୟୁକ୍ରେନ ମଧ୍ୟରେ ଶଶନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରି ଇଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଏହି ପ୍ରାର୍ଥିନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ବନଲତା ମହାନ୍ତି , ସୁଲୋଚନା ରାଉତ, ଇଛାମଣି ସ୍ୱାଇଁ, ଦୀପିକା ରାଉତ, ଜାନକୀ ପୃଷ୍ଟି, ଜୟନ୍ତୀ ଜେନା, ପ୍ରଭାତୀ ଜେନା, ମମତା ଲେଙ୍କା , ବିନୋଦିନୀ ବେହେରା, ଜୟନ୍ତୀ ମହାରଣା, ଅନ୍ନପୂର୍ଣ୍ଣା ପରିଡ଼ା , ଉର୍ମିଳା ଲେଙ୍କା, କଳ୍ପନା ନାୟକ, ଶୋଭାରାଣୀ ମହାନ୍ତି, ଅସିମା ମହାନ୍ତି, ଅମିୟପ୍ରଭା ବେଉରା,ରଶ୍ମିତା ବେଉରା, ଆରତୀ ଲେଙ୍କା ଙ୍କ ସମେତ ରାନୀ,ଶାନୀ,ତପସ୍ୱିନୀ, ସତ୍ୟଜିତ, ପୁଷି,ମୁଷି ପ୍ରମୁଖ ସମବେତ ହୋଇଥିଲେ । ବିଶ୍ୱରେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ , ହିଂସା ନୁହେଁ ଅହିଂସା ଚାହୁଁ , ମାନବ ବାଦର ଜୟ ହେଉ ବୋଲି ନାରା ଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.