Tuesday , August 9 2022
Breaking News
Home / ତାଜା ଖବର / ମାହାଙ୍ଗା : ସଡକ ଦୁର୍ଘଟଣାରେ ଯୁବକର ଶୋଚନୀୟ ମୃତ୍ୟୁ

ମାହାଙ୍ଗା : ସଡକ ଦୁର୍ଘଟଣାରେ ଯୁବକର ଶୋଚନୀୟ ମୃତ୍ୟୁ

ମାହାଙ୍ଗା, ୨୫/୦୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା ) -ସାଲେପୁର-ଛତିଆ ରାସ୍ତାର କୋଠପଦା ବ୍ୟାଙ୍କ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ କାଳିଅଣ୍ଟି ଅଂଚଳର ବବୁଲ ନାମକ ଜନୈକ ଯୁବକ ଓଡ଼ି-୦୫ଏକ୍ସ-୫୨୧୦ ନମ୍ବର ବିଶିଷ୍ଟ ଏକ ପଲସର ବାଇକରେ କଟକରୁ ଫେରୁଥିବା ସମୟରେ କୋଠପଦା ଠାରେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ବ୍ୟାଙ୍କ ନିକଟରେ ଥିବା ଏକ ହମ୍ପ ରେ ଧକ୍କାଖାଇ ବାଇକରୁ ଖସି ପଡିଥିବା କାଳିଅଣ୍ଟି ଗ୍ରାମର ଏହି ଯୁବକ ଉପରେ ଓଡ଼ି-୦୫ଡ଼ବ୍ଲୁ-୫୮୧୫ ନମ୍ବରହାଇୱା ଟ୍ରକର ପଛ ଚକାତଳେ ଚାପିହୋଇ ଯିବାରୁ ଘଟଣାସ୍ଥଳୀରେ ଯୁବକର ମୃତ୍ୟୁ ହୋଇଯାଇଛି । ତେବେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁର୍ଘଟଣାର ଶୀକାର ଯୁବକକୁ ମାହାଙ୍ଗା ସରକାରୀହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତା’ଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ପୋଲିସ ଦୂର୍ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଛି । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୪୦ ଆହତ

ଧର୍ମଗଡ଼ ,୦୫/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ ) – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେ ନିକଟ ରେ …

Leave a Reply

Your email address will not be published.