Tuesday , August 16 2022
Breaking News
Home / ନିର୍ବାଚନ / ପୌର ନିର୍ବାଚନ  ମାର୍ଚ୍ଚ ୨୪ ରେ, ଆଚରଣ ବିଧି ଲାଗୁ

ପୌର ନିର୍ବାଚନ  ମାର୍ଚ୍ଚ ୨୪ ରେ, ଆଚରଣ ବିଧି ଲାଗୁ

ଭୁବନେଶ୍ୱର, ୨୫/୦୨/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ । ଭୁବନେଶ୍ୱର, କଟକ ଓ  ବ୍ରହ୍ମପୁରରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଆଦର୍ଶ ନିର୍ବାଚନ ଆଚରଣ ବିଧି ଆଜିଠାରୁ  ଲାଗୁ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ଦୁଇ ପୌର ମହାନଗର ରାଉରକେଲା ଓ ସମ୍ୱଲପୁରରେ ଏବଂ ପୁରୀ ମ୍ୟୁନିସପାଲଟିରେ ମଧ୍ୟ ଏବେ ନିର୍ବାଚନ ହେବନାହିଁ  ବୋଲି ସୂଚନା ରହିଛି । କୋର୍ଟରେ କେସ ଚାଲୁରହିଥିବାରୁ ଏ ସବୁ ସ୍ଥାନରେ ଏବେ  ନିର୍ବାଚନ ହେବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି । ଫେବୃୟାରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ଯାଞ୍ଚ । ମାର୍ଚ୍ଚ ୨୪ ମାର୍ଚ୍ଚ ରେ ଭୋଟ ଗ୍ରହଣ ଓ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.