Tuesday , August 9 2022
Breaking News
Home / ସ୍ୱାସ୍ଥ୍ୟ / ଗରମ ପେଜରେ ପଡି ଏକ ବର୍ଷର ଶିଶୁ କନ୍ୟା ଗୁରୁତର

ଗରମ ପେଜରେ ପଡି ଏକ ବର୍ଷର ଶିଶୁ କନ୍ୟା ଗୁରୁତର

କେନ୍ଦ୍ରାପଡ଼ା, ୨୫/୦୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁରେ ଗରମ ପେଜରେ ପଡି ଜନୈକ ଏକ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତି ହୋଇଥିବା ଜଣାପଡିଛି । ଗୁରୁତର ଶିଶୁ ଜଣକ ହେଉଛନ୍ତି ଜମ୍ବୁ ଗ୍ରାମର ମୋହନ ମଣ୍ଡଳଙ୍କ ଏକ ବର୍ଷର କନ୍ୟା ସୁଚିତ୍ରା ମଣ୍ଡଳ । ଶିଶୁର ମା’ ଗୀତା ମଣ୍ଡଳଙ୍କ କହିବାନୁଯାୟୀ ତାଙ୍କ ଘରେ ଭାତ ଗଳାଯାଇ ପେଜକୁ ଏକ ତସଲାରେ ରଖାଯାଇଥିଲା । ଏହି ସମୟରେ ସୁଚିତ୍ରା ଖେଳୁଥିବା ବେଳେ ପଛପଟୁ ପଡି ଯାଇଥିଲେ । ଫଳରେ ତସଲାରେ ଥିବା ତତଲା ପେଜ ଲାଗି ତାଙ୍କ ଶରୀରର ପଛ ପାଶ୍ୱର୍ ଫୋଟକା ହୋଇ ଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା । ଏବେ ଶିଶୁଟିର ଚିକିତ୍ସା ଚାଲିଛି । କିନ୍ତୁ ଏଠାରେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ନ ଥିବାରୁ ଶିଶୁଟିସ୍ତମ ଚିକିତ୍ସା ପାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

About admin

Check Also

ମା କ୍ଷୀର ଶିଶୁପାଇଁ ଅମୃତ ସମାନ – ବିଶ୍ୱ ସ୍ତନ୍ୟପାନ ସପ୍ତହ ପାଳିତ

ନିରାକାରପୁର, ୦୬/୦୮/୨୦୨୨(ଓଡ଼ିଶା ସମାଚାର)- ରୁରାଲ ହେଲ୍ଥ୍ ପ୍ରଶିକ୍ଷଣ କେନ୍ଦ୍ର ଟାଙ୍ଗି ଏବଂ ଏମସ ହପ୍ପିଟାଲ ମିଳିତ ଆନୁକୂଲ୍ୟରେ ଟାଙ୍ଗିବ୍ଲକ ଓଳସିଂହ …

Leave a Reply

Your email address will not be published.