Friday , August 19 2022
Breaking News
Home / ବିଶେଷ / ଅଟୋ ଚାଳକଙ୍କ ଦୌରାତ୍ମ୍ୟ, ଥାନାରେ ଅଭିଯୋଗ

ଅଟୋ ଚାଳକଙ୍କ ଦୌରାତ୍ମ୍ୟ, ଥାନାରେ ଅଭିଯୋଗ

କେନ୍ଦ୍ରାପଡ଼ା, ୨୫/୦୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ସାନ୍ତସାହି ପୋଲ ନିକଟରେ ଅଟୋଚାଳକଙ୍କ ଦୌରାତ୍ମ୍ୟରେ ଯାତ୍ରୀ ହୀନସ୍ଥା ହୋଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ସହରର ଜଇପୁରା ଗ୍ରାମର ବାସିନ୍ଦା ଭାରତୀ ନାୟକ ଅଭିଯୋଗ କହିଛନ୍ତି ଯେ ମହାକାଳପଡ଼ା ବ୍ଲକର ମଙ୍ଗରାଜପୁରକୁ ଯିବା ପାଇଁ ସେ ଏକ ଅଟୋରେ ବସିଥିଲେ । ଏଥି ପାଇଁ ୩୫୦ ଟଙ୍କା ଅଟୋଚାଳକ ଦାବି କରିଥିଲେ । ୩୦୦ ଟଙ୍କା ଦେବେ ବୋଲି ଭାରତୀ କହିଥିଲେ । କିନ୍ତୁ ଅଟୋଚାଳକ ଜଣକ ସର୍ତ ରଖିଥିଲେ ଯେ ବାଟରେ ଯଦି ଅନ୍ୟ କୌଣସି ଯାତ୍ରୀ ଯିବାକୁ ଚାହାଁନ୍ତି ତେବେ ସେ ସେମାନଙ୍କୁ ନେବେ । ଭାରତୀଙ୍କୁ ମଙ୍ଗରାଜପୁର ବଦଳରେ ଓରତଘାଟରେ ଛାଡିଦେବେ । ଏଥିରେ ଭାରତୀ ରାଜି ହୋଇ ନ ଥିଲେ । କାରଣ ଓରତ ଘାଟରେ ଛାଡିଲେ ଭାରତୀ ମଙ୍ଗରାଜପୁର ଯିବା ପାଇଁ ଅସୁବିଧାରେ ପଡିବେ । ତେଣୁ ଭାରତୀ ଅଟୋଚାଳକଙ୍କ ସର୍ତରେ ରାଜି ନ ହୋଇ ଅଟୋରୁ ଓହ୍ଲାଇ ଅନ୍ୟ ଏକ ଅଟୋରେ ବସିଥିଲେ । କିନ୍ତୁ ପୂର୍ବ ଅଟୋଚାଳକ ବାବୁଲି ରାଉତ ଆସି ସେହି ଅଟୋଚାଳକଙ୍କ ସହ ଯୁକ୍ତିତର୍କ କରିବା ସହ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଇଥିଲେ । ଏହି ଯାତ୍ରୀମାନେ ଭାରତୀଙ୍କ ସହ ଯିବା ପାଇଁ ପୂର୍ବରୁ ରାଜି ହୋଇଥିଲେ । ଏହାପରେ ଯାତ୍ରୀମାନେ ମଙ୍ଗରାଜପୁର ଯାଉଥିବା ଏକ ବସରେ ଚଢିଥିଲେ । କିନ୍ତୁ ଅଟୋଚାଳକ ବାବୁଲି ବସରେ ଚଢି ଯାତ୍ରୀମାନଙ୍କୁ ଧମକ ଦେବା ସହ ଏହି ଯାତ୍ରୀମାନଙ୍କୁ ନ ନେବାକୁ ବସର କଣ୍ଡକଟର ଓ ଡ୍ରାଇଭରଙ୍କୁ ମଦ୍ୟ ଧମକ ଦେଇଥିଲେ । ଏଥିସହ ବସରୁ ବାବୁଲି ଯାତ୍ରୀମାନଙ୍କୁ ଭିଡି ଓହ୍ଲାଇ ଦେଇଥିଲେ । ଅଟୋଚାଳକ ବାବୁଲିଙ୍କ ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ଭାରତୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ଅଟୋଚାଳକ, ବସ କର୍ମଚାରୀ ଓ ବସ ମାଲିକଙ୍କୁ ଡକାଇ ପଚରାଉଚରା କରୁଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପୃଷ୍ଟି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.