Saturday , August 13 2022
Breaking News
Home / ନିର୍ବାଚନ / ସରିଲା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ,ଗଣତିକୁ ଅପେକ୍ଷା,୨୬,୨୭,୨୮ ରେ ହେଵ ସଦର ଵ୍ଲକର ମତ ଗଣନା

ସରିଲା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ,ଗଣତିକୁ ଅପେକ୍ଷା,୨୬,୨୭,୨୮ ରେ ହେଵ ସଦର ଵ୍ଲକର ମତ ଗଣନା

କଟକ ସଦର, ୨୪/୦୨/୨୦୨୨( ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଗତ ୧୬ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ଭୋଟରେ କଟକ ସଦର ଵ୍ଲକ ର ୨୩ ଗୋଟି ପଞ୍ଚାୟତରେ ହୋଇଥିଵା ମତ ଗଣନା ଵ୍ଲକ ପରିସରରେ ୨୬’୨୭’୨୮ ତିନି ଦିନ ଧରି ଚାଲିବ ଵୋଲି ଜଣାପଡିଛି।ପ୍ରଥମ ୨୬ ତାରିଖରେ ୪ ନମ୍ଵର ଜିଲ୍ଲା ପରିଷଦ ଯୋନର ୩ ଗୋଟି ପଞ୍ଚାୟତର ୱ।ର୍ଡ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ଜିଲ୍ଲାପରିଷଦ ସଭ୍ୟଙ୍କ ଭୋଟ ଗଣତି କରାଯାଇ ଫଳାଫଳ ସରକାରୀ ଭାବେ ଘୋଷଣା କରାଯିଵ। ସେହିପରି ୨୭ ତାରିଖରେ ୫ ନମ୍ଵର ଜିଲ୍ଲା ପରିଷଦ ଯୋନର ୬ ଗୋଟି ପଞ୍ଚାୟତ ସହିତ ଜିଲାପରିଷଦ ପ୍ରାର୍ଥୀ ଙ୍କ ଭୋଟ ଗଣତି କରାଯିଵ।୨୮ ତାରିଖରେ ୬ ନମ୍ଵର ଜିଲା ପରିଷଦ ଆସନ ସହିତ ଏହି ଯୋନର ୬ ଗୋଟି ପଞ୍ଚାୟତ ସହ ୭ ନମ୍ଵର ଯୋନର ଜିଲାପରିଷଦ ଆସନ ସହିତ ୮ ଗୋଟି ପଞ୍ଚାୟତ ର ଭୋଟ ଗଣତି କରାଯାଇ ଫଳ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.