ସାଲେପୁର,୨୪/୦୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଥିବା ମହିମା ଅଲେଖ ଧର୍ମର ସତ୍ୟ ସନାତନ ମହିମା ଅଲେଖ ଟୁଙ୍ଗି ରେ ଆମେ ଭେଟିଥିଲୁ ଛୁଆ ବାବାଙ୍କୁ । ବାବା ନୂଆ କୋରୁଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ବାର ବର୍ଷ ବୟସ ରୁ ବାବା ନନ୍ଦ କିଶୋର ଦାସ ଙ୍କ ନିକଟରେ ଆଶ୍ରିତ ହୋଇ ଗୃହ ପରିତ୍ୟାଗ କରି ଅଲେଖ ଧର୍ମର ପ୍ରଚାର କରୁଥିବା ବେଳେ ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦଶୀ ଦିନ ପ୍ରସିଦ୍ଧ ଯୋରନ୍ଦା ଗାଦି ଠାରେ ବଳ୍କଳ ଧାରଣ କରିଛନ୍ତି।ଏହି ଧର୍ମର ବିଶେଷତ୍ୱ ହେଉଛି, ଧର୍ମାବଲମ୍ବୀ ମାନେ ଗୋଟିଏ ଗ୍ରାମରେ ଗୋଟିଏ ରାତି ଓ ଗୋଟିଏ ଘରୁ ଗୋଟିଏ ମୁଠି ଭିକ୍ଷା ଗ୍ରହଣ କରି ସ୍ଥାନ ପରିବର୍ତ୍ତନ କରନ୍ତି। ଏହି ଧର୍ମ ର ଉତ୍ପତି କୈଳାସ ପର୍ବତ ରୁ
ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମରେ ଯୋରନ୍ଦା ଗାଦି ଭାବରେ ପରିଚିତ ମୁଖ୍ୟ ଗାଦି ବୋଲି ମହିମା ଧର୍ମାବଲମ୍ବୀ ମାନେ ମତପ୍ରକାଶ କରନ୍ତି। ଏହି ବାବା ମାନଙ୍କ ପ୍ରଚେଷ୍ଟା ରେ ଅନେକ ପ୍ରକାରର ଫଳ , ଫୁଲ ଓ ଔଷଧୀୟ ବୃକ୍ଷ ରୋପଣ କରି ସଫଳତା ପାଇଥିବା ସହ କଟକ ଜିଲ୍ଲାପାଳଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ଧର୍ମାବଲମ୍ବୀ ମାନେ ବୁଲି ବୁଲି ଲୋକମାନଙ୍କୁ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ କରିବା ସହ ଶ୍ରଦ୍ଧାଳୁ ମାନଙ୍କର ମଙ୍ଗଳ କାମନା କରିଥାନ୍ତି। ଓଡିଶା ସମାଚାର