Tuesday , August 9 2022
Breaking News
Home / ବିଶେଷ / ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ନଟବର ରଥଙ୍କ ବିୟୋଗରେ ଶୋକ

ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ନଟବର ରଥଙ୍କ ବିୟୋଗରେ ଶୋକ

ରଘୁନାଥପୁର ,୨୪/୦୨/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ଭଦ୍ରେଶ୍ୱର ହାଇସ୍କୁଲର ପ୍ରତିଷ୍ଠାତା ଆଦର୍ଶ ସୁନାମଧନ୍ୟ ପ୍ରଧାନ ଶିକ୍ଷକ ନଟବର ରଥଙ୍କର ୮୭ବର୍ଷ ବୟସରେ ପରଲୋକ ଘଟିଛି । ସେ ଜଣେ ଛାତ୍ର ବତ୍ସଳ, କର୍ତବ୍ୟ ନିଷ୍ଟ, ସତ୍ୟନିଷ୍ଟ, ପରୋପକାରୀ, ଆଦର୍ଶ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଭାବେ ଭଦ୍ରେଶ୍ୱର ହାଇସ୍କୁଲରେ ୧୯୬୮ ରୁ ୧୯୯୭ ପର୍ଯ୍ୟନ୍ତ ୨୯ ବର୍ଷ ଧରି ଥିଲେ । ତାଙ୍କର ମରଶରୀରକୁ ବାଇଗୁଡି ଛକ ଠାରୁ ଭଦ୍ରେଶ୍ୱର ହାଇସ୍କୁଲ ପର୍ଯ୍ୟନ୍ତ ନିଆଯାଇଥିଲା । ଶହ ଶହ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଗିରିଶ ପ୍ରସାଦ ଷଡଙ୍ଗୀ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ବ୍ଲକ କଂଗ୍ରେସ ଉପସଭାପତି ଆର୍ତତ୍ରାଣ ପଣ୍ଡା, ଜିଲ୍ଲା କଂଗ୍ରେସ ଉପସଭାପତି ସର୍ବେଶ୍ୱର ପଣ୍ଡା, ସାହିତି୍ୟକା ବୈଜୟନ୍ତୀ ମାଳା ରଥ, ସମାଜସେବୀ କେଳୁ ଚରଣ ସେଠୀ, ଭଦ୍ରେଶ୍ୱର ହାଇସ୍କୁଲ ପ୍ରଧାନଶିକ୍ଷକ ଶରତ୍ ଚନ୍ଦ୍ର ମହାରଣା, ଅକ୍ଷୟ କୁମାର ଶତପଥୀ, ବଂଶୀଧର ସ୍ୱାଇଁ, ଆଇନଜୀବି ପ୍ରତାପ ମହାପାତ୍ର, ଭିକାରି ଚରଣ ମହାପାତ୍ର, ଶରତ ଚନ୍ଦ୍ର ପଣ୍ଡା, ବିଜୟ କୁମାର ରଥ, ବିଭୁ ପ୍ରସାଦ ଷଡଙ୍ଗୀ, ନୃସିଂହ ମାହାଳି ପ୍ରମୁଖ ଶବାଧାରରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞଳି ଜ୍ଞାପନ କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.