ରଘୁନାଥପୁର ,୨୪/୦୨/୨୦୨୨( ଓଡ଼ିଶା ସମାଚାର )- ଭୋଟଦାନ ସମ୍ପୂର୍ଣ୍ଣ ଗୋପନୀୟ, ଏହି ଭୋଟ ବାଲାଟ ପେପରଟି ଭୋଟ ବାକ୍ସରେ ସିଲ କରାଯାଇ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଭୋଟର ଦେଇଥିବା ବାଲାଟ ପେପରରେ ଭୋଟ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ଅଟେ । ମାତ୍ର ରଘୁନାଥପୁର ବ୍ଲକର ରଘୁନାଥପୁର ଗ୍ରାମପଂଚାୟତରେ ୧୦-୧୨ଟି ଭୋଟ ଦିଆଯାଇଥିବା ବାଲାଟ ପେପରକୁ କେତେକ ଭୋଟର ସୋସିଆଲ ମିଡିଆରେ ଛାଡିଛନ୍ତି । ଏସମ୍ପର୍କରେ ରଘୁନାଥପୁର ବିଡିଓଙ୍କୁ ଏସମ୍ପର୍କରେ ଲୋକମାନେ ପଚାରିବାରୁ ସେ କହିଲେ ଯେ ଭୋଟଦାନ ସମୟରେ କେତେକ ଭୋଟର ଫଟୋ ଉଠାଇ ଛାଡିବା କଥା କେତେଦୂର ସତ୍ୟ ତାହାର ସଠିକ ପ୍ରମାଣ ମିଳିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର ସୋସିଆଲ ମିଡିଆରେ ବୁଲୁଥିବା ବାଲାଟ ପେପର ନକଲି ଅଟେ ବୋଲି କହିଥିଲେ । ଓଡ଼ିଶା ସମାଚାର
