ଖଣ୍ଡପଡା ୨୩/୦୨/୨୦୨୨( ଓଡ଼ିଶା ସମାଚାର )- ଖଣ୍ଡପଡା ସ୍ଥିତ ବୋଦସା ଗାଁ ରେ ରାଜନୈତିକ ହିଂସା କାଣ୍ଡ ଘଟିଛି। ବୋମା ମାଡ଼ରେ ଜରଣ ବିଜେଡ଼ି କର୍ମୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ପ୍ରଶାନ୍ତ ତାରିଣୀଆ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଲାଗି ବିବାଦ ରହିଥିଲା । ତେବେ ଆଜି (ବୁଧବାର) ସନ୍ଧ୍ୟା ପ୍ରାୟ ୯ ଟାରେ ରେ ଖଣ୍ଡପଡା ବୋଦସା ଗାଁରେ ବୋମା ମାଡ ହୋଇଛି । ଏଥିରେ ପ୍ରଶାନ୍ତ ତାରିଣୀଆ ଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ପ୍ରଶାନ୍ତ ତାରିଣୀଆ ଓ ଅନ୍ୟ ନ ଜଣ ଏକ ବାଇକ୍ ରେ ଘରକୁ ଫେରୁଥିବାବେଳେ ନରେଶ ମାଝୀ ନାମକ ଜଣେ ଯୁବକ ସେମାନଙ୍କୁ ଅଟକାଇ ବଚଷା କରିଥିଲା ଓ ୨ ଟା ବୋମା ମାଡ଼ କରିଥିଲା । ଗୋଟିଏ ବୋମା ିାରିଣୀଆ ଙ୍କ ମୁଣ୍ଡ ରେ ବାଜିଥିଲା । ସେ ସେହିଠାରେ ମୃତ୍ୟୁ ବରଣ କରିଥିଲେ । ବୋମା ମାଡ କରି ନରେଶ ଫେରାର ହୋଇଯାଇଛି। ଗାଁ ଦାଣ୍ଡରେ ଶବ ରଖି ଗ୍ରାମବାସୀ ଧରଣା ଦେଇଛନ୍ତି । ଖବର ପାଇ ଏସଡ଼ିପିଓ ଏବଂ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ଓଡ଼ିଶା ସମାଚାର
