Saturday , August 13 2022
Breaking News
Home / ନିର୍ବାଚନ / ସରପଂଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ଅଭିଯୋଗ

ସରପଂଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ହତ୍ୟା ଧମକ ଅଭିଯୋଗ

କେନ୍ଦ୍ରାପଡ଼ା,୨୩/୦୨/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ସରପଂଚ ପ୍ରାର୍ଥୀ ଅଙ୍କୁର ସେଠୀଙ୍କୁ ହତ୍ୟା ଧମକ ଦିଆଯାଇଥିବା ତାଙ୍କ ପତ୍ନୀ ମିନତୀ ସେଠୀ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୋ ସ୍ୱାମୀ ଶ୍ୟାମସୁନ୍ଦରପୁର ପଂଚାୟତରୁ ସରପଂଚ ପ୍ରାର୍ଥୀଭାବେ ଛିଡା ହୋଇଥିଲେ । ଗତ ୨୨ ତାରିଖରେ ମତଦାନ ସରିଛି । କିନ୍ତୁ  ମୋ ମୋ ସ୍ୱାମୀ ଘରେ ନଥିବା ବେଳେ କେତେକ ବ୍ୟକ୍ତି ମାରଣାସ୍ତ୍ର ଧରି ମୋ ଘରକୁ ଆସି ମୋ ସ୍ୱାମୀଙ୍କୁ ଖୋଜିଥିଲେ । ଏଥିସହିତ ମୋ ସ୍ୱାମୀ ଓ ମୋ ପୁଅକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ । ଏ ସମ୍ପର୍କରେ ସରପଂଚ ପ୍ରାର୍ଥୀ ଶ୍ରୀ ସେଠୀ କହିଛନ୍ତି ଯେ ମୋ ବିରୋଧୀ ପ୍ରାର୍ଥୀ ହାରିଯିବା ଭୟରେ ଲୋକ ଲଗାଇ ଏପରି କାଣ୍ଡ ଭିଆଇଛନ୍ତି । ଅପରପକ୍ଷରେ ଅଙ୍କୁର ସେଠୀଙ୍କ ବିରୁଦ୍ଧରେ ଏହି ପଂଚାୟତର ସମିତିସଭ୍ୟ ପ୍ରାର୍ଥୀନୀ ଅମ୍ବିକା ସେଠୀ କେନ୍ଦ୍ରାପଡ଼ା ସଦର ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୋ ସ୍ୱାମୀ କେନ୍ଦ୍ରାପଡ଼ା ବ୍ଲକକୁ ଏଜେଂଟ ଫର୍ମ ଆଣିବାକୁ ଯାଇଥିଲେ । କିନ୍ତୁ ବ୍ଲକ ଫାଟକ ସମ୍ମୁଖରେ ଅଙ୍କୁର ସେଠୀ ମୋ ସ୍ୱାମୀ ରବିନ୍ଦ୍ର ସେଠୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି । ଏ ସମ୍ପର୍କରେ ସଦର ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି ଯେ ଆମେ ଉଭୟଙ୍କ ଅଭିଯୋଗ ପାଇଛୁ । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ଥାନାଧିକାରୀ ଶ୍ରୀ ମହାରଣା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.