Tuesday , August 9 2022
Breaking News
Home / ବିଶେଷ / ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରିକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ

ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରିକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଗଣମାଧ୍ୟମର ଆତ୍ମ ବିଶ୍ଲେଷଣ ଓ ଲିଙ୍ଗଗତ ସାମ୍ୟତା’ କର୍ମଶାଳା
ଭୁବନେଶ୍ୱ. ୨୩/୦୨/୨୦୨୨( ଓଡ଼ିଶା ସମାଚାର )-ସାମ୍ବାଦିକତା ହେଉଛି ଜ୍ଞାନର ଏକ ଅଂଶ । ଜଣେ ସାମ୍ବାଦିକଟିଏ ନିଜର କଲମ ମାଧ୍ୟମରେ ସଦା ସର୍ବଦା ରାଷ୍ଟ୍ରର ଗଠନରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଥାଏ । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ସମାଜ ଜାତି, ଲିଙ୍ଗ ଓ ବର୍ଗ ଭିତିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇ ବହୁ ସମସ୍ୟାର ସୁତ୍ରଧର ପାଲଟିଛି । ଏହା ଫଳରେ ଦେଶର ସାମାଜିକ କ୍ଷେତ୍ର ଅବକ୍ଷୟ ହେବାରେ ଲାଗିଛି । ଯେହେତୁ ଏକ ରାଷ୍ଟ୍ର ପାଇଁ ସାମାଜିକ ଭାବେ ବିକଶିତ ହେବା ବେଶ ଗୁରୁତ୍ୱପୁର୍ଣ୍ଣ, ଗଣମାଧ୍ୟମକୁ ଏନେଇ ସଚେତନ ହେବାକୁ ପଡ଼ିବ । ଭାରତୀୟ ସମାଜର ପ୍ରଗତି ପଥରେ ବାଧା ଦୂରିକରଣ ପାଇଁ ଶିକ୍ଷା ହିଁ ଏକ ମାତ୍ର ମାଧ୍ୟମ ଏବଂ ଏହାହିଁ ବର୍ତମାନ ସମୟର ଆହ୍ୱାନ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଗଣମାଧ୍ୟମର ଆତ୍ମ ବିଶ୍ଲେଷଣ ଓ ଲିଙ୍ଗଗତ ସାମ୍ୟତା’ ଶୀର୍ଷକ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରର ସାମାଜିକ ବିକାଶ କ୍ଷେତ୍ରରେ ଗଣମାଧ୍ୟମ କେତେ ମାତ୍ରାରେ ସହଯୋଗ କରୁଛି ସେନେଇ ଗଣମାଧ୍ୟମକୁ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ପ୍ରଫେସର ମଲ୍ଲିକ କହିଛନ୍ତି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡ.ବନ୍ଦିତା ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଗଣମାଧ୍ୟମର ଭୂମିକା ସବୁବେଳେ ସକାରାତ୍ମକ ଭାବେ ସମାଜ ନିର୍ମାଣ ପାଇଁ ଉତ୍ସର୍ଗୀକୃତ ହେବାଉଚିତ । ସମାଜର ବିକାଶ ସେତେବେଳେ ସମ୍ଭବ ଯେତେବେଳେ ନାରୀପୁରୁଷ ଭେଦଭାବ ଦୂର ହୋଇପାରିବ । ସାମ୍ବାଦିକତା ଓ ଗଣମାଧ୍ୟମ ଛାତ୍ରଛାତ୍ରୀମାନେ ନିରପେକ୍ଷ ଭାବେ ନିଜର ଦକ୍ଷତା ଅନୁଯାୟୀ ଏହାକୁ ଉପସ୍ଥାପନା କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି ।
ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ପ୍ରଫେସର ପଦ୍ମାଳୟା ମହାପାତ୍ରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ପଣ୍ଡା, ସହକାରୀ ପ୍ରଫେସର ଡ. ହେମନ୍ତ କୁମାର ଦାଶ ଓ ଡ. ଜ୍ୟୋତିର୍ମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ । ଡ.ରମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ସୁଦେଷ୍ଣା ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଓ ଲୋକ ପ୍ରଶାସନ ବିଭାଗର ଛାତ୍ରଛାତ୍ରୀ ଓ ଗବେଷକ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସତ୍ୟ ସାଇ ମହିଳା ମହାବିଦ୍ୟାଳୟ ୪୧ତମ ପ୍ରତିଷ୍ଠା ଦିବସରେ ଲାଗିଲା ଔଷଧୀୟ ବୃକ୍ଷ ଚାରା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ରାଜଧାନୀ ଗଣ୍ଡମୁଣ୍ଡାସ୍ଥିତ ସତ୍ୟସାଇ ମହିଳା ମହାବିଦ୍ୟାଳୟ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଉପଲକ୍ଷେ …

Leave a Reply

Your email address will not be published.