Saturday , August 13 2022
Breaking News
Home / ବିଶେଷ / ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ରନାଥ ତି୍ରପାଠୀଙ୍କ ବିୟୋଗରେ ରାଜ୍ୟସ୍ତରୀୟ ଶୋକସଭା

ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ରନାଥ ତି୍ରପାଠୀଙ୍କ ବିୟୋଗରେ ରାଜ୍ୟସ୍ତରୀୟ ଶୋକସଭା

ଭୁବନେଶ୍ୱର ,୨୩/୦୨/୨୦୨୨ (ଓଡ଼ିଶା ସମାଚାର)-ଶ୍ରମିକ ଆନ୍ଦୋଳନର ପ୍ରବାଦ ପୁରୁଷ, ଏଚ୍.ଏମ୍.ଏସ୍.ର ରାଜ୍ୟ ସାଧାରଣ ସମ୍ପାଦକ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ପ୍ରଥମ ଅଧ୍ୟକ୍ଷ ସାଥୀ ଯୋଗେନ୍ଦ୍ର ନାଥ ତି୍ରପାଠୀଙ୍କ ବିୟୋଗରେ ଏକ ରାଜ୍ୟସ୍ତରୀୟ ଶୋକସଭା ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ଓଡ଼ିଶା ତରଫରୁ ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।

          ସମନ୍ୱୟ କମିଟିର ଅନ୍ୟତମ ନେତ୍ରୀ ସଂଯୁକ୍ତା ମହଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରୟାତ ନେତାଙ୍କ ଉଦ୍ଧେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଗଲା । ଏଚ୍.ଏମ୍.ଏସ୍.ର ରାଜ୍ୟ ସଭାପତି ଏବଂ ସାଥୀ ତି୍ରପାଠୀଙ୍କ ସମଯୋଦ୍ଧା ସାର୍ କୃଷ୍ଣଚନ୍ଦ୍ର ପାତ୍ର ସ୍ମୃତିଚାରଣ କରିବା ସହ ଆଗାମୀ ଦିନର ଶ୍ରମିକ ଶ୍ରେଣୀ ବିରୁଦ୍ଧରେ ଆସୁଥିବା ବିପଦ ବିରୁଦ୍ଧରେ ମିଳିତ ଆନ୍ଦୋଳନର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ତରଫରୁ ନବକିଶୋର ମହାନ୍ତି, ଲକ୍ଷ୍ମୀଧର ସାହୁ, ବିଜୟ ଜେନା, ମହାବୀର ପ୍ରସାଦ ମିଶ୍ର, ଯୁଗଳ କିଶୋର ନାୟକ, ବିପ୍ଳବ କେଶରୀ ମହାପାତ୍ର, ବିରô ବିଶ୍ୱାଳ, ସତ୍ୟ ତି୍ରପାଠୀ, ଜ୍ଞାନରଞ୍ଜନ ଦାସ, ଅଶୋକ ସାହୁ, ମଞ୍ଜୁଳା ମଞ୍ଜୁରୀ ମିଶ୍ର, ନମିତା ସାହୁ, ସୁଦର୍ଶନ ବାରିକ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିପ୍ଳବ କେଶରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନର ଶ୍ରମିକ ବିରୋଧୀ ପଦକ୍ଷେପ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ତରଫରୁ ଆଗାମୀ ମାର୍ଚ୍ଚ ୨୮ ଓ ୨୯ ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.