Tuesday , August 9 2022
Breaking News
Home / ନିର୍ବାଚନ / ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଏରସମା ଓ ନାଉଗାଁ  ବ୍ଲକରେ ପଂଚାୟତ ନିର୍ବାଚନ  

ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଏରସମା ଓ ନାଉଗାଁ  ବ୍ଲକରେ ପଂଚାୟତ ନିର୍ବାଚନ  

ଜଗତସିଂହପୁର, ୨୩/୦୨/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ଫେବୃୟାରୀ ୨୪ ତାରିଖରେ ଏରସମା ଓ ନାଉଗାଁ  ବ୍ଲକରେ ପଂଚାୟତ ନିର୍ବାଚନ  ଅନୁଷ୍ଠିତ ହେବ । ଆଜି ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଏରସମା ବ୍ଲକ ନିମନ୍ତେ ଶ୍ରୀ ଶ୍ରୀ  ଜଗନ୍ନାଥ ମହାବିଦ୍ୟାଳୟ କୋଠି ଏବଂ ନାଉଗାଁ ବ୍ଲକ ପାଇଁ ସରକାରୀ ପଲିଟେକନିକ୍,କଣିପଡା ଠାରେ ପୋଲିଂ ଅଧିକାରୀ ଓ ପୋଲିସ୍ କର୍ମଚାରୀଙ୍କ ନିମନ୍ତେ ବିତରଣ କେନ୍ଦ୍ର ଖୋଲାଯାଇଛି । ଏରସମା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର ଓ ନାଉଗାଁ ବ୍ଲକ ନିମନ୍ତେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି ନିର୍ବାଚନ ସୁପରିଚାଳନା ଓ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି । ଏରସମା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ୍ ରେ୨୫ଟି ପଂଚାୟତର ୪୬୧ ଟି ବୁଥ ରେ ମୋଟ୍ ୧,୧୭,୫୧୪ ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏରସମା ବ୍ଲକରେ ୫୫ଟି ସମ୍ବେଦନଶୀଳ ଓ ୯୪ ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏରସମା ବ୍ଲକରେ  ୧୩୪୩  ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥି ମଧ୍ୟରୁ ୭୫ଟି ମହିଳା ବୁଥ୍ ନିମନ୍ତେ ୨୨୫ ମହିଳା କର୍ମଚାରୀ ରହିଛନ୍ତି । ଏରସମା ବ୍ଲକରେ  ୧୮ଟି ଜିଲ୍ଲା ପରିଷଦ,୭୯ଟି ସମିତି ସଭ୍ୟ, ୯୫ଜଣ ସରପଂଚ ଓ ୮୦୯ ଜଣ ଓାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏରସମା ବ୍ଲକର ଢିଙ୍କିଆ ଗ୍ରାମ ପଂଚାୟତର କାର୍ଯ୍ୟକାଳ ୨୦୨୪ ରେ ପୁରୁଥିବାରୁ ଢିଙ୍କିଆ ଗ୍ରାମ ପଂଚାୟତର ସରପଂଚ ଓ ୨୩ଟି ଓାର୍ଡମେମ୍ବର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଉନାହିଁ । ଏରସମା ବ୍ଲକ ନିମନ୍ତେ ୨୪ଟି ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି । ସେମାନେ ପୋଲିଂ ପାର୍ଟିମାନଙ୍କୁ ସଂପୃକ୍ତ ବୁଥ୍ରେ ପହଚିଂବା ସହିତ ଭୋଟ ପରେ ରିସିଭିଂ ସେଂଟରରେ ସୁରକ୍ଷିତ ଭାବରେ ପହଚିଂବା ଦାୟିତ୍ୱରେ ରହିବେ । ସେହିପରି ନାଉଗାଁ ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ୍ ର ୧୬ଟି ପଂଚାୟତର ୨୬୩ ଟି ବୁଥ୍ ରେ ମୋଟ୍ ୭୦,୬୦୪ ଜଣ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ନାଉଗାଁ ବ୍ଲକରେ  ୮୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୨୬୩ଟି ବୁଥ୍ ପାଇଁ ୭୮୯ ଜଣ ପୋଲିଂ ଅଧିକାରୀ ଓ ୨୬୩ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥି ମଧ୍ୟରୁ ୫୪ଟି ମହିଳା ବୁଥ୍ ରେ ୧୬୨ ଜଣ  ମହିଳା ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ନାଉଗାଁ ବ୍ଲକରେ  ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ୫୦ ଜଣ ସମିତି ସଭ୍ୟ,୬୩ ଜଣ ସରପଂଚ ଓ ୪୪୫ ଜଣ ଓାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା  ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ୍ ପଟାଓରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱାପ ଶ୍ରୀ କାହ୍ନୁଚରଣ ଧୀର, ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ,ଏରସମା ବି.ଡି.ଓ ଶ୍ରୀ କୈଳାସ ଚନ୍ଦ୍ର  ବେହେରା,ତହସିଲଦାର ଶ୍ରୀ ପ୍ରଜ୍ଞାନନ୍ଦ ଦାସ ନାଉଗାଁ .ବି.ଡି.ଓ ରଶ୍ମୀରେଖା ମଲ୍ଲିକ,ତହସିଲଦାର ଜେ.କଳ୍ପନା ବିତରଣ କେନ୍ଦ୍ରରେ ଉପସ୍ଥିତ ରହି ପୋଲିଂ ନିର୍ବାଚନ  କାର୍ଯ୍ୟ ସୁଚାରୁରୂପେ ପରିଚାଳନାର ତଦାରଖ କରିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିମଳେନ୍ଦୁ ରାୟ ମଧ୍ୟ  ଉଭୟ ବ୍ଲକର ବିତରଣ କେନ୍ଦ୍ର ପରିଦର୍ଶନ କରି ସେକ୍ଟର ଅଫିସର,ବି.ଡି.ଓ,ତହସିଲଦାର,ପୋଲିସ ଅଧିକାରୀମାନଙ୍କୁ ନିର୍ବାଚନ ସୁପରିଚାଳନା ସଂପର୍କରେ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.