Saturday , August 13 2022
Breaking News
Home / ବିଶେଷ / ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଝିଅଙ୍କ କୃତିତ୍ୱ

ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଝିଅଙ୍କ କୃତିତ୍ୱ

କେନ୍ଦ୍ରାପଡ଼ା, ୨୩/୦୨/୨୦୨୨( ଓଡ଼ିଶା ସମାଚାର )-କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ୨୧ ନମ୍ବର ୱାର୍ଡର ଝିଅ ପୁଷ୍ପାଞ୍ଜଳୀ ମଲ୍ଲିକ ଜାତୀୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ସେଂଟର ଫର ଏଜୁକେସନାଲ ଡେଭେଲପମେଂଟ ଆଣ୍ଡ ରିସର୍ଚ୍ଚ, ମହାରାଷ୍ଟ୍ର ପକ୍ଷରୁ ଏହି ପ୍ରତିଯୋଗିତା ସଂଚାର ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଷ୍ପାଞ୍ଜଳୀ ଏ-ଗ୍ରେଡ ପାଇଛନ୍ତି । ପୁଷ୍ପାଞ୍ଜଳୀ କୌଣସି ଅନୁଷ୍ଠାନରେ ବିଧିବଦ୍ଧ ଭାବେ ତାଲିମ ନେଇ ନାହାଁନ୍ତି । ସେ ଚିତ୍ର ଦେଖି ଘରେ ଆଙ୍କନ୍ତି । ଚିତ୍ର ଆଙ୍କିବା ତାଙ୍କର ଏକ ସଉକ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପୁଷ୍ପାଞ୍ଜଳୀଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ପୁଷ୍ପାଞ୍ଜଳୀ ହେଉଛନ୍ତି କଜଳା ଗ୍ରାମର ସୁବାସ ଚନ୍ଦ୍ର ମଲ୍ଲିକ ଓ ଗୀତାଞ୍ଜଳୀ ମଲ୍ଲିକଙ୍କ କନ୍ୟା । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.