ଜୁନାଗଡ଼,୨୩/୦୨/୨୦୨୨( ଓଡ଼ିଶା ସମାଚାର /ରାକେଶ କୁମାର ବେମାଲ )- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଭୈରବ ଖେଳ ପଡିଆ ଠାରେ ବୁଧବାର ସ୍ୱର୍ଗତ ମହେଶ୍ୱର ବରାଡ଼ ଙ୍କ ସ୍ମୃତି ଉଧେଶ୍ୟରେ ଅନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ତୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡିଏସ ଓ ଶିବ।ସିସ ନାଏକ ଏବଂ ପୂର୍ବତନ ରଞ୍ଜି ଖେଳାଳି ସୁବ୍ରତ ବହିଦାର ଯୋଗ ଦେଇଥିଲେ । ଉଦଘାଟନୀ ର ପ୍ରଥମ ଦିନ ଭବାନୀପାଟଣା କେ ଡି ସି ଏ ଏବଂ ରୋୟଲ କ୍ଲବ ନବରଙ୍ଗପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଟସ ଜିଣି ପ୍ରଥମେ ଭବାନୀପାଟଣା ଦଳ ଫିଲଡିଂ ନେଇଥିବା ବେଳେ ନବରଙ୍ଗପୁର ଦଳ ବେଟିଂ କରିଥିଲେ । ଏଥିରେ ନବରଙ୍ଗପୁର ବେଟିଂ କରି ୨୬ ଓଭର ରେ ୭ ୱେକେଟ ହରାଇ୧୬୫ ରନ ସଂଗ୍ରହ କରିଥିଲେ କ୍ଷଜବାବ ରେ ଭବାନୀପାଟଣା ଦଳ ୨୦ ଓଭର ୪ ବଲ ରେ ୪ ୱିକେଟ ହରାଇ ବିଜୟ ଲାଭ କରିଥିଲେ । ଭବାନୀପାଟଣା
ଦଳ ର ମନୋଜ ସିଂ ମେନ ଅଫ ଦି ମ୍ୟାଚ ହାସଲ କରିଥିଲେ । ଏହି ମ୍ୟାଚ ରେ ଭବାନୀପାଟଣା ର ଅଶୋକ ସକ୍ଷହାଣୀ ଏବଂ ଜୟପୁର ର ଅସିତ ପଟ୍ଟନାଏକ ଅମପାୟରିଂ କରିଥିବା ବେଳେ ସତୀଶ ପ୍ରଧାନ, ବିନୟ ସାହୁ ଏବଂ ଜୟନ୍ତ ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ନୀତିଶ ମହାପାତ୍ର ଏବଂ ରାଜା ଚନ୍ଦନ ଦାୟିତ୍ବ ତୁଲାଇଥିଲେ କ୍ଷଏଥିରେ ନିୟୁ ରେଡ଼ ଷ୍ଟାର ସ୍ପୋର୍ଟସ କ୍ଲବ ର ହିମାଂଶୁ ବରାଡ଼, , ସମୀର ସାହୁ, କାଳିଆ ପାଣିଗ୍ରାହୀ, ସରୋଜ ପଣ୍ଡା, ମାନସ ସାହୁ, ଦିଲୀପ ପଣ୍ଡା, ଦିପେନ ସାହୁ,ସୁଜିତ ପଣ୍ଡା,ଜିତୁ ନାଏକ, ରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ବିଘ୍ନ ରାଜ ବରାଡ଼,ସୁଧାଂଶୁ ଶେଖର ବରାଡ଼, ଅଶୋକ ପଟ୍ଟନାୟକ,ମହେସ ସାହୁ,ଲଳିତ ଅଗ୍ରୱାଲ,ରମଣୀ ପଣ୍ଡା, ନିହାର ପଣ୍ଡା,ସୋରଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
