Tuesday , August 9 2022
Breaking News
Home / ନିର୍ବାଚନ / ୬୯୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ସିଲ୍ ହେଲା : ୮୦.୨୪ ପ୍ରତିଶତ ମତଦାନ : ମହିଳା ଭୋଟ ୮୨.୬୩୪ ପ୍ରତିଶତ

୬୯୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ସିଲ୍ ହେଲା : ୮୦.୨୪ ପ୍ରତିଶତ ମତଦାନ : ମହିଳା ଭୋଟ ୮୨.୬୩୪ ପ୍ରତିଶତ

ରଘୁନାଥପୁର, ୨୨/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକରେ ଆଜି ଜିଲ୍ଲା ପରିଷଦ, ସମିତିସଭ୍ୟ, ସରପଂଚ, ୱାର୍ଡସଭ୍ୟ ପଦବୀ ନିମନ୍ତେ ୩୧୩ଟି ଭୋଟ ଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି । ରଘୁନାଥପୁର ବ୍ଲକରେ ସମୁଦାୟ ୬୯,୫୬୫ ଜଣ ଭୋଟରଙ୍କ ମଧ୍ୟରୁ ୫୫,୮୨୨ ଜଣ ମତଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୨୭,୮୭୬ ମତଦାନ କରିଥିବା ବେଳେ ମହିଳା ଭୋଟର ୩୭,୯୪୬ ଜଣ ମତଦାନ କରି ମହିଳା ଭୋଟର ରେକର୍ଡ କରିଛନ୍ତି । ରଘୁନାଥପୁର ବ୍ଲକରେ ସମୁଦାୟ ୮୨.୨୪ ପ୍ରତିଶତ ମତଦାନ କରିଛନ୍ତି । ରଘୁନାଥପୁର ବ୍ଲକ ୨ଟି ଜିଲ୍ଲା ପରିଷଦ ଜୋନରେ ୭ଜଣ ପ୍ରାର୍ଥୀ, ୫୦୨ଜଣ ୱାର୍ଡସଭ୍ୟ, ୧୦୫ଜଣ ସରପଂଚ, ୭୬ଜଣ ସମିତିସଭ୍ୟ ପ୍ରାର୍ଥୀଙ୍କର ଭାଗ୍ୟ ଭୋଟ ବାକ୍ସରେ ସିଲ୍ ହୋଇ ରଖାଯାଇଛି । ଏଥିପାଇଁ ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ବିଦ୍ୟା ମନ୍ଦିରରେ କରାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍ ରେ ବାଲାଟ ବକ୍ସକୁ ସିଲ୍ କରାଯାଇ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଏବଂ ପୋଲିସର କଡା ପ୍ରହରା ମଧ୍ୟରେ ରଖାଯାଇଅଛି । ଆଜି ନିର୍ବାଚନ ଶେଷ ହେବା ପରେ ୩୧୩ ପୁଲିଙ୍ଗ ପାଟି ବାଲାଟ ବକ୍ସକୁ ଗୁଡିକୁ ଆଣି ପୂର୍ଣ୍ଣ ଚନ୍ଦ୍ର ବିଦ୍ୟାମନ୍ଦିରରେ ଜିମା ଦେବା ସହିତ ନିର୍ବାଚନ ଡିୟୁଟିରୁ ରିଲିଭ୍ ହୋଇ ଫେରିଛନ୍ତି । ଏହି ତ୍ରୀସ୍ତରୀୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରାଯିବା ପାଇଁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ , ସହକାରୀ ଜିଲ୍ଲାପାଳ ଦିନେଶ କୁମାର ମିଶ୍ର, ତହସିଲଦାର ରୁପାଲିକା ଦାଶ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ବ୍ଲକ ପଂଚାୟତ ଅଧିକାରୀ କେଶବ ମୁଖୀ, ରଘୁନାଥପୁର ଥାନା ଆଇ.ଆଇ.ସି ପ୍ରଦୁ୍ୟମ୍ନ କୁମାର ବେହେରା, ଉପନିରିକ୍ଷକ ଅନିଲ କୁମାର ସାହୁ, ଉପନିରିକ୍ଷକ ଗୟସ ମହମ୍ମଦ ପ୍ରମୁଖ ଶତାଧିôକ ଅଧିକାରୀ ନିର୍ବାଚନ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.