କଟକ , ୨୧/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ୪୨ ମୌଜା ବରାଳ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସହୀଦ ରଘୁ ସର୍ଦ୍ଦାରଙ୍କ ସୁପୁତ୍ର ଲାୟନ ଡାକ୍ତର ବିଶ୍ଵନାଥ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଜୟନ୍ତୀ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ୪୨ ମୌଜା ପକ୍ଷରୁ ସ୍ଥାନୀୟ ନଖରା ମୌଜା ଅନ୍ତର୍ଗତ ରଘୁ ସର୍ଦ୍ଦାର ମାର୍କେଟ କମ୍ପ୍ଲେକ୍ସ ପାଖ ଗ୍ରାଣ୍ଡ କନଭେନସନରେ ପାଳିତ ହୋଇ ଯାଇଛି । ଏହି ଜୟନ୍ତୀ ପର୍ବରେ ପ୍ରତିଷ୍ଠାନର ସାଧାରଣ ସଂପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ସଭାପତି ଇଂ.ଅଶୋକ ବିଶ୍ଵାଳ,ଉପେନ୍ଦ୍ର ବାରିକ, ମାଧବ ପରିଡା, ପ୍ରଭାତ ଖଟୁଆ,ରୁଦ୍ର ନାରାୟଣ ଦାସ,ବୁଲେଇ ବେହେରା, ବିନୋଦ ବେହେରା, ପ୍ରସନ୍ନ ବେହେରା ପ୍ରମୁଖ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସାହିତ୍ୟ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ନେଇ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ ଡାକ୍ତର ପଟ୍ଟନାୟକ ଜଣେ ସୁଲେଖକ, ଗବେଷକ, ସ୍ବାସ୍ଥ୍ୟ ସଚେତନତାର ବାର୍ତାବହ, ଲୋକ ବିକାଶ ସାମାଜିକ ସଂଗଠନ ଦ୍ଵାରା ବହୁ ସ୍ଥାନରେ ସ୍ବାସ୍ଥ୍ୟସେବା ଶିବିର,ରକ୍ତଦାନ ଶିବିର ଆୟୋଜନ ଆଦି ବହୁ ଉଲ୍ଲେଖନୀୟ କୃତିତ୍ୱ ନେଇ ସମାଜରେ ଉଚ୍ଚ ପ୍ରଶଂସିତ ଏବଂ ବହୁ ସଙ୍ଗଠନ ଦ୍ଵାରା ସମ୍ମାନୀତ ହୋଇଛନ୍ତି । ଓଡ଼ିଶା ସମାଚାର
