Tuesday , August 16 2022
Breaking News
Home / ବିଶେଷ / ମୁହାଁଣ ସାହିତ୍ୟ ସଂସଦ ପକ୍ଷରୁ ଇଂ.ବସନ୍ତ ରାଉତ ସମ୍ବର୍ଦ୍ଧିତ

ମୁହାଁଣ ସାହିତ୍ୟ ସଂସଦ ପକ୍ଷରୁ ଇଂ.ବସନ୍ତ ରାଉତ ସମ୍ବର୍ଦ୍ଧିତ

ସାଲେପୁର,୨୧/୦୨/୨୦୨୨(ଓଡିଶା ସମାଚାର / ଅଭୟ ଜେନା )- ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର କଟକ ଶାଖାର ଉପଦେଷ୍ଟା ତଥା ସାଲେପୁର ବ୍ଲକ ପୁରୁଣାହାଟ ପଂଚାୟତ ସୋଗଲ ଗ୍ରାମର ବଲ୍ଲଭ ଚରଣ ରାଉତ,ମାତା ସଂଯୁକ୍ତା ରାଉତଙ୍କ ସୁପୁତ୍ର ସମାଜସେବୀ ଇଂ.ବସନ୍ତ କୁମାର ରାଉତଙ୍କୁ ପ୍ରଯୁକ୍ତି ବିଦ୍ୟା ଏମଇପି (ମେକାନିକାଲ୍-ଇଲେଟ୍ରିକାଲ୍-ପ୍ଲମ୍ବିଂ) ବିଭାଗରେ ଉଚ୍ଚସ୍ତରୀୟ ଗବେଷଣା, ସମାଜସେବା,ରକ୍ତଦାନ ଶିବିର ଆୟୋଜନ,ଅନାଥାଶ୍ରମରେ ପାଠ୍ୟ ପୁସ୍ତକ ଓ ପୋଷାକ ବଣ୍ଟନ,ଜାରାଶ୍ରମରେ ଖାଦ୍ୟ ଏବଂ କମ୍ବଳ ବଣ୍ଟନ,କରୋନା ସମୟରେ ତୁଣ୍ଡି ଓ ସାନିଟାଇଜର ବଣ୍ଟନ, ପୂଜ୍ୟପୂଜା,ପରିବେଶ ସୁରକ୍ଷା, ଭାଗବତ ଟୁଙ୍ଗୀର ବିକାଶ ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ କଟକ ସଦର ଶାଖା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଦକ୍ଷ ସଙ୍ଗଠକ ବସନ୍ତ ସରସ୍ଵତୀ କଳା ପରିଷଦ କନ୍ଦରପୁର,ଉତ୍କଳ ବିକାଶ ପରିଷଦ କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା,ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା, ନେତାଜୀ ପରିଷଦ ୪୨ ମୌଜା ଆଦି ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇ ଯୁବ ସମାଜ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ଓଡିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.