Saturday , August 13 2022
Breaking News
Home / ନିର୍ବାଚନ / ରଘୁନାଥପୁର ରେ ବିଧାୟକ ଙ୍କ ରୋଡ଼୍ ସୋ

ରଘୁନାଥପୁର ରେ ବିଧାୟକ ଙ୍କ ରୋଡ଼୍ ସୋ

ରଘୁନାଥପୁର, ୨୦/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ୧ ନମ୍ବର ଜୋନ୍ ର ବିଜେଡ଼ି ଜିଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ରୀନାରାଣି ମଲିକ ଙ୍କ ପାଇଁ ଆଜି ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ରୋଡ଼ ସୋ କରିବା ସହିତ ବାଇକ୍ ରାଲି କରିଥିଲେ । ଏହି ଜୋନ୍ ର ଜଇପୁର ପୂର୍ତ ବିଭାଗ ଡ଼ାକ ବଙ୍ଗଳା ଠାରୁ ବାହାରି ତାରପୁର, ଗୁଆଳିପୁର, ପୁରଣ ଓଡ଼ପଡ଼ା, ଧରାଧରପୁର, ଜଗନ୍ନାଥପୁର, ରଘୁନାଥପୁର, ବରାଗୋଳ, ଜୟଶୋଳ, ତରିକୁନ୍ଦ ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ବିଜେଡ଼ି ର ଶକ୍ତି ପ୍ରଦର୍ଶନ କରିବା ସହିତ ରୀନା ରାଣି ମଲିକଙ୍କୁ ଶଙ୍ଖ ଚିହ୍ନରେ ବହୁ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ବାଇକ୍ ରାଲି ରେ ବିଭିନ୍ନ ପଂଚାୟତର ଦଳିୟ ସମର୍ଥିତ ସରପଂଚ ଓ ସମିତି ସଭ୍ୟ ସଭ୍ୟା ପ୍ରାର୍ଥିମାନେ ସାମିଲ ଥିଲେ । ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ଜିଲା ବିଜେଡ଼ି ଉପସଭାପତି ସରୋଜକାନ୍ତ ସ୍ୱାଇଁ, ଓଡ଼ିଶା ମୋ ପରିବାର ସଦସ୍ୟ ସୁରେନ୍ଦ୍ରନାଥ ମହାପାତ୍ର, ଅନ୍ତର୍ଯ୍ୟାମୀ ରାଉତ, ତାରାକାନ୍ତ ଜେନା, ସମିତି ସଭ୍ୟ ସରୋଜ କୁମାର ଦାସ, ଅନୀଲ ମହାନ୍ତି, ପ୍ରକାଶ ମଲିକ , ସରପଂଚ ସରୋଜ କୁମାର ଦାସ, ପ୍ରତାପ ରାଉତ, ରବିନ୍ଦ୍ରନାଥ ସ୍ୱାଇଁ, ପରମାନନ୍ଦ ସ୍ୱାଇଁ, ସ୍ୱଦେଶ ଦାସ, କଲିମୁଲା ଖାଁ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.