Saturday , August 13 2022
Breaking News
Home / ନିର୍ବାଚନ / ତୃତୀୟ ପର୍ୟ୍ୟାୟ ମତଦାନ ଶେଷ , ପ୍ରାରମ୍ଭିକ ସୂଚନାନୁସାରେ ମତଦାନ ୭୧ ପ୍ରତିଶତ

ତୃତୀୟ ପର୍ୟ୍ୟାୟ ମତଦାନ ଶେଷ , ପ୍ରାରମ୍ଭିକ ସୂଚନାନୁସାରେ ମତଦାନ ୭୧ ପ୍ରତିଶତ

ଭୁବନେଶ୍ୱର ,୨୦/୦୨/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ୟ୍ୟାୟ ମତଦାନ ଶେଷ ହୋଇଛି । ଏନେଇ ନିର୍ବାଚନ କମିଶନର୍ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ସୂଚନାନୁସାରେ ୭୧ ପ୍ରତିଶତ ମତଦାନ ହୋଇଛି । କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଆଇନ୍ଶୃଙ୍ଖଳା ପରିସ୍ଥିତି ପାଇଁ ମତଦାନରେ ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପଦକ୍ଷେପ ନିଆଯିବ ବୋଲି କମିଶନର୍ କହିଛନ୍ତି ।
ଏଥିସହିତ କାର୍ୟ୍ୟରତ ଗଣମାଧ୍ୟମ ପ୍ରତିନିଧିମାନନଙ୍କୁ ଆକ୍ରମଣ ଘଟଣାରେ କମିଶନର୍ ଦୃଢ଼ ନିନ୍ଦା କରିଛନ୍ତି । ଏଥି ସହିତ ଏହି ହିଂସା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ।
ଯାଜପୁର ଜିଲ୍ଲାର ୨ଟି ବ୍ଲକର ୧୪ଟି ବୁଥରେ ପୁନଃ ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କୁ ପ୍ରସ୍ତାବ । ବିଝାରପୁରରେ ୮ଟି ଓ କୋରେଇ ବ୍ଲକରେ ୬ଟି ବୁଥରେ ମତଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତର ୨, ୪, ୬, ୭ ଓ ୮ ନମ୍ବର ବୁଥରେ ପୁଣି ଥରେ ଭୋଟ ଦେବା ପାଇଁ ପ୍ରସ୍ତାବ ଆସିଛି। ଜରି ପଞ୍ଚାୟତର ୧୪ ନମ୍ବର, ବିତାନା ପଞ୍ଚାୟତର ୬ ନମ୍ବର ଓ ଉତଙ୍ଗର ପଞ୍ଚାୟତର ୩ ନମ୍ବର ପଞ୍ଚାୟତରେ ପୁଣି ଥରେ ମତଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି କୋରେଇ ବ୍ଳକ ଅନ୍ତର୍ଗତ ଟିକରା ପଞ୍ଚାୟତର ୧୪ ଓ ୧୫ ନମ୍ବର ବୁଥ୍ ଏବଂ ସୋତି ପଞ୍ଚାୟତର ୮, ୯, ୧୦ ଓ ୧୧ ନମ୍ବର ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି।ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.