Tuesday , September 27 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ୨୨ରେ

କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ୨୨ରେ

କେନ୍ଦ୍ରାପଡ଼ା, ୨୦/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତା ୨୨ ତାରିଖରେ ଜିଲ୍ଲାର କେନ୍ଦ୍ରାପଡା ଓ ଗରଦପୁର ବ୍ଲକରେ ଅନୁଷ୍ଠିତ ହେବ । ସେଥିପାଇଁ ଉଭୟ ବ୍ଲକର ୭୦୯ଟି ବୁଥକୁ ପୋଲିଂ ପାର୍ଟି ସୋମବାର ସକାଳେ ପଠା ଯିବ ବୋଲି ସୂଚନା ମିଳିଛି । କେନ୍ଦ୍ରାପଡା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୨୭ପଂଚାୟତର ୪୨୯ଟି ବୁଥରେ ମତଦାନ ହେବାକୁ ଥିବା ବେଳେ ଗରଦପୁର ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୮ ଟି ପଂଚାୟତର ୨୮୦ ବୁଥରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । କେନ୍ଦ୍ରାପଡା ବ୍ଲକରେ ୧୭ଟି ଅସ୍ଥାୟୀ ବୁଥ ଥିବା ବେଳେ ଗରଦପୁର ବ୍ଲକରେ ୫ଟି ଅସ୍ଥାୟୀ ବୁଥ ଥିବା ଜଣାପଡିଛି । କେନ୍ଦ୍ରାପଡା ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୨୮ହଜାର ୦୫୯ ହୋଇଥିବା ବେଳେ ସେଥି ମଧ୍ୟରୁ ୬୬ହଜାର ୯୬୫ ପୁରୁଷ ଓ ୬୧ହଜାର ୦୯୪ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ଗରଦପୁର ବ୍ଲକର ମୋଟ ଭୋଟର ସଂଖ୍ୟା ୯୩ ହଜାର ୪୯୩ ହୋଇଥିବା ବେଳେ ସେଥି ମଧ୍ୟରୁ ୪୮ ହଜାର ୬୧୭ ପୁରୁଷ ଓ ୪୪ହଜାର ୮୭୬ ଜଣ ମହିଳା ଭୋଟର ଅଛନ୍ତି । ଏହି ନିର୍ବାଚନ ପରିଚାଳନା ନିମନ୍ତେ କେନ୍ଦ୍ରାପଡା ବ୍ଲକର ୪ଟି ଜୋନରେ ୧୨୮୭ଜଣ ପୋଲିଂ ପରସୋନେଲ, ୨୭ଜଣ ସେକ୍ଟର ଅଫିସର, ୪ଜଣ ସେକ୍ଟର ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୬ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୪ଜଣ କରି ମ୍ୟାଜିଷ୍ଟ୍ରେଟ, ୪୨୯ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୪୩ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ସେହିପରି ଗରଦପୁର ବ୍ଲକର ୩ଟି ଜୋନରେ ୮୪୦ଜଣ ପୋଲିଂ ପରସୋନେଲ, ୧୮ଜଣ ସେକ୍ଟର ଅଫିସର, ୩ଜଣ ସେକ୍ଟର ସୁପରଭାଇଜର, ୧୧ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୪ଜଣ କରି ମ୍ୟାଜିଷ୍ଟ୍ରେଟ, ୨୮୦ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୨୮ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । କେନ୍ଦ୍ରାପଡା ବ୍ଲକରେ ୭୧ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ଗରଦପୁର ବ୍ଲକରେ ୨୩୬ଟି ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ଦିଆଯାଇଛି । ଏହି ଚତୁର୍ଥ ପର୍ଯ୍ୟାୟ ପଂଚାୟତ ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.