Tuesday , August 9 2022
Breaking News
Home / ବିଶେଷ / ଜିଲାପରିଷଦ ପ୍ରାର୍ଥି ଙ୍କ ଫାଣ୍ଡି ସମ୍ମୁଖରେ ଅନଶନ

ଜିଲାପରିଷଦ ପ୍ରାର୍ଥି ଙ୍କ ଫାଣ୍ଡି ସମ୍ମୁଖରେ ଅନଶନ

ଗରଦପୁର, ୧୯/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ୧୦ ନମ୍ବର ଜୋନ୍ ରେ ଜିଲା ପରିଷଦ ର ସ୍ୱାଧିନ ପ୍ରାର୍ଥି ଭାବରେ ସନ୍ତୋଷ କୁମାର ଜେନା ନିର୍ବାଚନ ଲଢ଼ୁଛନ୍ତି । ଗତ ୧୧ ତାରିଖରେ ଶ୍ରୀ ଜେନା ଙ୍କ ନିଜସ୍ୱ ବୋଲୋରୋ ପ୍ରଚାର ଗାଡ଼ି କୋରୁଆ ଫାଣ୍ଡି ର ଅନତି ଦୂର ନିଜ ଭଡ଼ା ଘର ସମ୍ମୁଖରେ ରହିଥିବା ବେଳେ ବିଳମ୍ବିତ ରାତିରେ ଦୁର୍ବୃତମାନେ ବୋଲୋରୋକୁ ଚୋରୀ କରି ନେଇଛନ୍ତି । ଏହି ଗାଡ଼ି ର ନମ୍ବର ଡ଼ିଓ ୫ଜି ୨୦୯୮ ଅଟେ । ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଏକ ମାମଲା ରୁଜୁ କରି ବସିଯାଇଥିବାବେଳେ ବୋଲେରୋଟି ଆଜି ପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ । ଏପରିକି ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ପୋଲିସ ଖୋଳତାଡ଼ କରିନାହିଁ । କୋରୁଆ ବଜାରରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟ ପୋଲିସ ଯାଂଚ କରିନାହିଁ । ଏସବୁ ରେ ତୀବ୍ର ଅସନ୍ତାଷ ପ୍ରକାଶ କରି ଜିଲା ପରିଷଦ ପ୍ରାର୍ଥି ଶ୍ରୀ ଜେନା ଆଜି ସକାଳୁ କୋରୁଆ ଫାଣ୍ଡି ସମ୍ମୁଖରେ ଅନଶନରେ ବସିଛନ୍ତି । ଏହା ଦେଖି ତାଙ୍କ ର ଶତାଧିକ ସମର୍ଥକ ଓ ଶୁଭେଛୁ ମାନେ ମଧ୍ୟ ଫାଣ୍ଡି ସମ୍ମୁଖରେ ଏକାଠି ହେଉଛନ୍ତି । ରାଜନୈତିକ ଆକ୍ରୋଶ ରଖି ଉଦେଶ୍ୟମୂଳକ ଭାବରେ ତାଙ୍କ ପ୍ରଚାର ଗାଡ଼ିକୁ ଚୋରୀ କରିନେଇଥିବା ଓ ପୋଲିସ ପ୍ରଶାସନ ବର୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେଇନଥିବା ଯୋଗୁ ଶ୍ରୀ ଜେନା ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସକାଳୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସେ ଅନଶନରେ ବସି ରହିଥିଲେ ମଧ୍ୟ କୌଣସି ପୋଲିସ ଅଧିକାରୀ ବା ପ୍ରଶାସନିକ ଅଧିକାରୀ ତାଙ୍କ ନିକଟକୁ ଯାଇନଥିବା ସେ ଅଭିଯୋଗ କରିଛନ୍ତି । ଉଲେଖନୀୟ ଏହିକି ୯ ନମ୍ବର ଜୋନ୍ ରେ ସେ ଜିଲାପରିଷଦ ଭାବରେ ବିଜୟୀ ହୋଇଥିଲେ । ଏବେ ବିଜେପି ଟିକେଟ ନମିଳିବାରୁ ୧୦ ନମ୍ବର ଜୋନ୍ ରେ ତାଙ୍କର ଥିବା ଜନ ସମ୍ପର୍କକୁ ଆଧାର କରି ସେ ସ୍ୱାଧିନପ୍ରାର୍ଥି ଭାବରେ ନିର୍ବାଚନ ଲଢ଼ୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.