Tuesday , August 9 2022
Breaking News
Home / ବିଶେଷ / ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା

କନ୍ଧମାଳ,୧୯/୦୨/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମହାନତା ।ଫୁଲବାଣୀ ହାଟପଦାରେ ଜଣେ ବୃଦ୍ଧ ଅଚେତ ଅବସ୍ଥାରେ ପଡିଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ବୃଦ୍ଧ ଜଣଙ୍କ ଆମ୍ବୁଲାନ୍ସରେ ନିଜର ବ୍ୟାଗ ଛାଡ଼ିଦେଇଥିଲେ ।ଆମ୍ବୁଲାନ୍ସ ଡ୍ରାଇଭର ସୁନୀଲ କୁମାର ସାହୁ ବ୍ୟାଗଟିକୁ ସୁରକ୍ଷିତ ରଖିବା ସହ ବୃଦ୍ଧଙ୍କ ଠିକଣା ପାଇ ତାକୁ ଫେରାଇଛନ୍ତି । ବୃଦ୍ଧଙ୍କ ବ୍ୟାଗରେ ୬ ହଜାର ଟଙ୍କା ସହ ବହୁ ମୂଲ୍ୟବାନ କାଗଜ ପତ୍ର ରହିଥିଲା । ବ୍ୟାଗ ଫେରି ପାଇବା ପରେ ଆମ୍ବୁଲାନ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବଳସକୁମ୍ପା ପଞ୍ଚାୟତ ନୁଆସାହିର ଦେବାର୍ଜନ କୁଦେଇ ଲୋଭର ବଶବର୍ତ୍ତୀ ନହୋଇ ବୃଦ୍ଧ ବ୍ୟକ୍ତିଙ୍କୁ ବ୍ୟାଗ ଫେରାଇଥିବା ଡ୍ରାଇଭର ଏହା ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି । ଓଡିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.