Friday , July 1 2022
Breaking News
Home / ବିଶେଷ / ୬୭୧ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୩୧ଜଣ ଶିଶୁ ସଂକ୍ରମିତ – ୧୫ ଜଣ ସଂକ୍ରମିତଙ୍କ ମୃତ୍ୟୁ

୬୭୧ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୩୧ଜଣ ଶିଶୁ ସଂକ୍ରମିତ – ୧୫ ଜଣ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୬୭୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୩ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୭୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୩୧ଜଣ ଶିଶୁ ରହିଛନ୍ତି ।
ସୁନ୍ଦରଗଡ଼ରୁ ସର୍ବାଧିକ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୨୨, ବାଲେଶ୍ୱର ୧୨, ବରଗଡ ୧୬, ଭଦ୍ରକ ୭, ବଲାଙ୍ଗିର ୭, ବୌଦ୍ଧ ୧୬, କଟକ ୩୧, ଦେବଗଡ ୬, ଢେଙ୍କାନାଳ ୫, ଗଜପତିରୁ ୨୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୧, ଜଗତସିଂହପୁର ୧୨, ଯାଜପୁର ୪୭, ଝାରସୁଗୁଡା ୨୦, କଳାହାଣ୍ଡି ୧୧, କନ୍ଧମାଳ ୧୩, କେନ୍ଦ୍ରାପଡା ୧୯, କେନ୍ଦୁଝରରେ ୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଖୋର୍ଦ୍ଧା ୧୦୩ କୋରାପୁଟ ୩୯, ମାଲକାନଗିରି ୨, ମୟୂରଭଞ୍ଜ ୨୨, ନବରଙ୍ଗପୁର ୪, ନୟାଗଡ ୧୮, ନୂଆପଡା ୧୪, ପୁରୀ ୧୨, ରାୟଗଡା ୯, ସମ୍ବଲପୁର ୨୮, ସୋନପୁର ୧, ଷ୍ଟେଟପୁଲ ରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ ଜଣ, ଅନୁଗୁଳ, କଟକ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଁଏ,ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜର, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୧୪୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୬୪୫୭୧ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୭୬ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୭୮୫୫ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୮୭୧୫୪୯୬ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଶ୍ରୀସତ୍ୟସାଇ ସେବା ସମିତିର ଶ୍ରୀବଳଦେବଜୀଉ ମନ୍ଦିର ସଫେଇ

କେନ୍ଦ୍ରାପଡ଼ା, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ …

Leave a Reply

Your email address will not be published. Required fields are marked *