Thursday , March 30 2023
Breaking News
Home / ଶିକ୍ଷା / ଶ୍ରେଣୀଗୃହରେ ଯୁକ୍ତ ତିନି ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

ଶ୍ରେଣୀଗୃହରେ ଯୁକ୍ତ ତିନି ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ

କେନ୍ଦ୍ରାପଡ଼ା,୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ଅଫ୍ ଲାଇନରେ +୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବାକୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଛାତ୍ରଛାତ୍ରୀମାନେ ଏହି ଘଟଣାକୁ ନେଇ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ କଟକ ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ । ଛାତ୍ରଛାତ୍ରୀମାନେ ଦାବି କରିଥିଲେ ଯେ ଆମେ ଅନ୍ ଲାଇନ ମାଧ୍ୟମରେ ପରୀକ୍ଷା ଦେବୁ । ଶ୍ରେଣୀଗୃହରେ ପରୀକ୍ଷା ଦେବୁନାହିଁ । କାରଣ ଆମେ ଅନ୍ ଲାଇନ ମାଧ୍ୟମରେ ପାଠ ପଢିଛୁ । ତେଣୁ ଅନ୍ଲାଇନ ମାଧ୍ୟମରେ ପରୀକ୍ଷା ଦେବୁ । କିନ୍ତୁ ସରକାର ଏବେ ଯେଉଁ ନିଷ୍ପତି ନେଇଛନ୍ତି ଯେ ଶ୍ରେଣୀଗୃହରେ ପରୀକ୍ଷା ହେବ ତାହାକୁ ବିରୋଧ କରି ଆମେ ଆନ୍ଦୋଳନ କରୁଛୁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ସୂଚନା ନ୍ତେଯାଗ୍ୟ ଯେ ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷାକୁ ଅନ୍ ଲାଇନ ମାଧ୍ୟମରେ କରିବା ପାଇଁ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ । ଏହି ରାସ୍ତା ଅବରୋଧ ସମ୍ପର୍କରେ ଛାତ୍ରଛାତ୍ରୀମାନେ ପୂର୍ବରୁ କୌଣସି ସୂଚନା ସ୍ଥାନୀୟ ଥାନାକୁ ପ୍ରଦାନ କରି ନ ଥିଲେ । ହଠାତ ସେମାନେ ରାସ୍ତାକୁ ଅବରୋଧ କରି ରାସ୍ତାରେ ଟାୟାର ଜାଳିଥିଲେ । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଚଳାଚଳରେ ଦୀର୍ଘ ସମୟ ଧରି ବ୍ୟାଘାତ ହୋଇଥିଲା । ଏପରିକି କେତେକ ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ପାଖକୁ ନେବାକୁ ଚାହୁଁଥିବାବେଳେ ସେମାନଙ୍କ ବାଇକ ଓ କାରକୁ ମଧ୍ୟ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଛାଡି ନ ଥିଲେ । ତେବେ ସବୁଠୁଁ  ଆଶ୍ଚର୍ଯ୍ୟର କଥା ହେଉଛି ଶାସକ ଦଳରେ ଥିବା ଜଣେ ଛାତ୍ର ନେତା ଏହି ଆନ୍ଦୋଳନ କରିବା ପାଇଁ ଖୋରାକ ଯୋଗାଉଛନ୍ତି । ଅଟକି ରହିଥିବା ଜନସାଧାରଣ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଏହି କାର୍ଯ୍ୟର ପ୍ରତିବାଦ କରିଥିଲେ । କେତେକ ବ୍ୟକ୍ତି କହିଥିଲେ ଏମାନେ କରୋନା କାଳରେ ପାଠ ପଢିଲେ ନାହିଁ । ତେଣୁ ଏବେ ସରକାର ଶ୍ରେଣୀ ଗୃହରେ ପରୀକ୍ଷା କରିବା ପାଇଁ ନିଷ୍ପତି ନେବାରୁ ସେମାନେ ଫେଲ ହୋଇଯିବା ଭୟରେ ଏପରି ଅନ୍ଦୋଳନ କରୁଛନ୍ତି । ଯାହା ଆଇନସମ୍ମତ ନୁହେଁ ବୋଲି ରାସ୍ତାରେ ଅଟକି ରହିଥିବା କେତେକ ବୁଦ୍ଧିଜୀବୀ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.