Tuesday , August 16 2022
Breaking News
Home / ବିଶେଷ / ମୃତ ବାଲ୍ୟବନ୍ଧୁର ପରିବାରକୁ ୫୦ହଜାର ଟଙ୍କା ସହାୟତା ପ୍ରଦାନ କଲେ ସହପାଠୀ ବୃନ୍ଦ 

ମୃତ ବାଲ୍ୟବନ୍ଧୁର ପରିବାରକୁ ୫୦ହଜାର ଟଙ୍କା ସହାୟତା ପ୍ରଦାନ କଲେ ସହପାଠୀ ବୃନ୍ଦ 

ରଘୁନାଥପୁର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ତାହାର ପ୍ରମାଣ କରି ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିରର  ୧୯୮୩ ବ୍ୟାଚର ଛାତ୍ର କୃଷ୍ଣଚନ୍ଦ୍ର ଜେନାଙ୍କ ଅକାଳ ବିୟୋଗରେ ତାଙ୍କର ପରିବାରକୁ ସହପାଠୀ ମାନେ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇ ଏ ଅଂଚଳରେ ବହୁ ପ୍ରସଂଶାର ଅଧିକାରୀ ହୋଇଛନ୍ତି । ଆଜି ସ୍ୱର୍ଗତଃ ଜେନାଙ୍କ ଏକାଦଶାହ ଉପଲକ୍ଷେ ଅନୁଷ୍ଠିତ ଶୋକସଭାରେ ଅଶୋକ କୁମାର ମୁଦୁଲି, ପ୍ରିନ୍ଟେକ ଅଫସେଟର ପରିଚାଳନା ନିର୍ଦ୍ଧେଶକ ବୃନ୍ଦାବନ ବେହେରା, ଶ୍ରୀମନ୍ତ କେଶରୀ ସ୍ୱାଇଁ, ସୁବତ୍ର କୁମାର ସାହୁ, ସାନ୍ତନୁ ସାମନ୍ତ, ରମେଶଚନ୍ଦ୍ର ସାହୁ, ସୁବ୍ରତ ନାୟକ, ବସନ୍ତ ଦାସ, ବାବୁଲି ସେଠି, ସୁରେନ୍ଦ୍ର ନାଥ ଦାସ, ରବି ମହାନ୍ତି, ନଟବର ବେହେରା, ସନାତନ ସ୍ୱାଇଁ ପ୍ରମୁଖ ଯୋଗଦେଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଜଣାଇବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଉକ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।     ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.