Tuesday , September 27 2022
Breaking News
Home / ତାଜା ଖବର / ଭୋଟରଙ୍କୁ ଡ଼ରାଇବାକୁ ବୁଥ୍ ଉପରକୁ ବାଣ ପକାଇଲେ ଦୁର୍ବୃତ

ଭୋଟରଙ୍କୁ ଡ଼ରାଇବାକୁ ବୁଥ୍ ଉପରକୁ ବାଣ ପକାଇଲେ ଦୁର୍ବୃତ

ବଡ଼ଚଣା ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ଯାଜପୁର ଜିଲା ବଡ଼ଚଣା ବ୍ଲକ ବଡବାଲିକୁଦା ପଞ୍ଚାୟତରେ ନିର୍ବାଚନ ନିମନ୍ତେ ମତଦାନ ପାଇଁ ଥିବା ବୁଥ ଉପରକୁ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ବାଣ ଫୋପାଡ଼ି ଫେରାର ହୋଇଯାଇଛି। ଏହି ପଞ୍ଚାୟତରେ ଆଜି ନିର୍ବାଚନ ହେବାକୁ ଥିବା ବେଳେ ଜନକ ନୋଡାଲ ଉପ୍ରା ବିଦ୍ୟାଳୟରେ ୬ ଗୋଟି ବୁଥ୍ ପ୍ରସ୍ତୁତ କରାଯିବା ସହ ନିର୍ବାଚନ ପରିଚାଳନା ଦଳ ସେଠାରେ ଉପସ୍ଥିତ ଥିଲେ। ରାତି ପ୍ରାୟ ୮ଟା ସମୟରେ ଏକ ମୋଟରସାଇକେଲ ଯୋଗେ ଦୁଇଜଣ ଦୁର୍ବୃତ୍ତ ଆସି ବୁଥ୍ ଉପରକୁ ବାଣ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତ ମାନେ ସୁନୁ ଫୋଟକା ଫୋପାଡିବା ଫଳରେ ବୋମା ଫୁଟିବା ଭଳି ଏକ ଶବ୍ଦ ହୋଇଥିଲା । ଏହା ଦେଖି ନିର୍ବାଚନ ପରିଚାଳନାକାରୀ ଦଳ ଭୟଭୀତ ହୋଇପଡିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନାଧିକାରୀ ରମାକାନ୍ତ ମୁଦୁଲି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିବା ବେଳେ ଏହା ଏକ ସୁନୁ ଫୋଟକା ବୋଲି ଜଣାଯାଇଛି। ଲୋକ ମାନଙ୍କୁ ଭୟଭୀତ କରିବାକୁ ଏପରି କେହି ଦୁର୍ବୃତ୍ତ କରିଥାଇ ପାରେ ବୋଲି ଆଲୋଚନା ହେଉଛି। ଏହି ବୁଥ୍ ଏକ ଉତେଜନା ପ୍ରବଣ ବୁଥ୍ ହୋଇଥିବାରୁ ପୁଲିସ ପକ୍ଷରୁ କଡା ନଜର ରଖା ଯାଇଛି।ଓଡ଼ିଶା ସମାଚାର

Leave a Reply

Your email address will not be published.