କଟକ ସଦର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ପୂର୍ଵତନ ମନ୍ତ୍ରୀ ତଥା କଟକ ସଦରର ପୂର୍ଵତନ ଵିଧାୟକ ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ୭ ମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିଵିର ସ୍ମୃତି କମିଟି ପକ୍ଷରୁ କଟକ ନୂଆପଡା ସାଇ ବାବା ମନ୍ଦିର ପ୍ରାଙ୍ଗଣରେ ଆଜି ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି।ଏହାକୁ କଟକ ଜିଲ୍ଲା ଵିଜୁ ଜନତା ଦଳ ସଭାପତି ପୂର୍ଵତନ ବିଧାୟକ ଦେବାଶିଷ ସାମନ୍ତରାୟ ଉଦ୍ଘାଟନ କରିଥିବା ବେଳେ ରାଜ୍ୟସଭା ସାଂସଦ ସୁବାସ ସିଂ,କଟକ ମହାନଗର ବିଜେଡି ସଭାପତି ମଧୁସୂଦନ ସାହୁ,କଟକ ଜିଲ୍ଲା ଜୀଵନ ବିନ୍ଦୁ ସଂଯୋଜକ ରଂଜନ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ରକ୍ତଦାତା ଜୀଵନ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଶିଵିରରୁ ୨୧୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ସମାଚାର