ରଘୁନାଥପୁର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମୁଁ ପ୍ରାର୍ଥୀ କାହିଁକି ବୋଲି ଜଗତସିଂହପୁର ସିଭିଲ ସୋସାଇଟି ଫୋରମ ପକ୍ଷରୁ ରେଢୁଆ ଠାରେ ଅନୁଷ୍ଠିତ ଖୋଲା ମଂଚରେ ଜିଲ୍ଲା ପରିଷଦ, ସରପଂଚ, ସମିତିସଭ୍ୟ ପ୍ରାର୍ଥୀମାନେ ଯୋଗଦେଇ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଲିପିକା ମଲ୍ଲିକ, ରେଢୁଆ ପଂଚାୟତ ସରପଂଚ ପ୍ରାର୍ଥୀ ଦିପ୍ତୀରଂଜନ ନାୟକ, ପ୍ରଭାତ କୁମାର ଷଡଙ୍ଗୀ, ବ୍ରଜ କିଶୋର ଦୀକ୍ଷିତ୍, ସୁନୁଲ କୁମାର ଜେନା ଏବଂ ସମିତିସଭ୍ୟ ପ୍ରାର୍ଥୀ ବିଶ୍ୱଜିତ୍ ଦାଶ, ପ୍ରଦିପ୍ତ କିଶୋର ମହାନ୍ତି, ରାକେଶ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫୋରମ ଅଧ୍ୟକ୍ଷ ନିରଞ୍ଜନ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ଗୋବିନ୍ଦ ଓଝା ସଭାପତିତ୍ୱ କରିଥିଲେ । ଏହି ଫୋରମର ସଦସ୍ୟା ବିଜୟଲକ୍ଷ୍ମୀ ମହାପାତ୍ର, ସୁବାଷ ବାରିକ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ରମେଶ ଚନ୍ଦ୍ର ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ପ୍ରାଣକୃଷ୍ଣ ନାୟକ, ବିଜନ ମହାପାତ୍ର, ସରୋଜ କୁମାର ନାୟକ, ମୁରଲୀଧର ଓଝା, ନିରଞ୍ଜନ ବାରିକ, ରବିନ୍ଦ୍ରନାଥ ବେହେରା, ସୁଦାମ ଚରଣ ନାୟକ, ମାଗୁଣୀଚରଣ ନାୟକ, ଶରତଚନ୍ଦ୍ର ଓଝା ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସଂଯୋଜକ ରବି ମହାନ୍ତି କାର୍ଯ୍ୟକ୍ରମ ସହାୟତା କରିଥିଲେ । ଓଡ଼ିଶା ସମାଚାର
