Friday , August 19 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ୨୦ରେ

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ୨୦ରେ

କେନ୍ଦ୍ରାପଡ଼ା, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଟିତ ହେବ । କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଏହି ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେଥିପାଇଁ ଶୁକ୍ରବାର ଉଭୟ ବ୍ଲକର ୭୮୫ଟି ବୁଥକୁ ପୋଲିଂ ପାର୍ଟି ପଠା ଯାଇଥିବା ସୂଚନା ମିଳିଛି । ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୩୧ପଂଚାୟତର ୪୨୨ଟି ବୁଥରେ ମତଦାନ ହେବାକୁ ଥିବା ବେଳେ ରାଜନଗର ବ୍ଲକର ୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୨୯ଟି ପଂଚାୟତର ୩୬୩ ବୁଥରେ ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ପଟ୍ଟାମୁଣ୍ଡାଇ ବ୍ଲକରେ କୌଣସି ଅସ୍ଥାୟୀ ବୁଥ ନଥିବା ବେଳେ ରାଜନଗର ବ୍ଲକରେ ୫ଟି ଅସ୍ଥାୟୀ ବୁଥ ଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୪୨ହଜାର ୬୦୦ ହୋଇଥିବା ବେଳେ ସେଥି ମଧ୍ୟରୁ ୭୪ହଜାର ୭୩୦ ପୁରୁଷ ଓ ୬୭ହଜାର ୮୭୦ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ରାଜନଗର ବ୍ଲକର ମୋଟ ଭୋଟର ସଂଖ୍ୟା ଏକ ଲକ୍ଷ ୩୦ ହଜାର ୬୩୩ ହୋଇଥିବା ବେଳେ ସେଥି ମଧ୍ୟରୁ ୬୮ ହଜାର ୨୨୬ ପୁରୁଷ ଓ ୬୨ହଜାର ୪୦୭ ଜଣ ମହିଳା ଭୋଟର ଅଛନ୍ତି । ଏହି ନିର୍ବାଚନ ପରିଚାଳନା ନିମନ୍ତେ ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜୋନରେ ୧୨୬୬ଜଣ ପୋଲିଂ ପରସୋନେଲ, ୩୧ଜଣ ସେକ୍ଟର ଅଫିସର, ୪ଜଣ ସେକ୍ଟର ସୁପରଭାଇଜରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୪ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୪ଜଣ କରି ମ୍ୟାଜିଷ୍ଟ୍ରେଟ, ୪୨୨ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୪୨ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ସେହିପରି ରାଜନଗର ବ୍ଲକର ୩ଟି ଜୋନରେ ୧୦୮୯ଜଣ ପୋଲିଂ ପରସୋନେଲ, ୨୯ଜଣ ସେକ୍ଟର ଅଫିସର, ୩ଜଣ ସେକ୍ଟର ସୁପରଭାଇଜର, ୧୬ଟି ପୋଲିସ ମୋବାଇଲ ପାର୍ଟି, ପ୍ରତି ଜୋନରେ ୩ଜଣ କରି ମ୍ୟାଜିଷ୍ଟ୍ରେଟ, ୩୬୩ ଜଣ ପୋଲିସ ପରସୋନେଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୩୬ଜଣ ପୋଲିସ ପରସୋନେଲଙ୍କୁ ରିଜର୍ଭ ରଖାଯାଇଛି । ରାଜକନିକା ବ୍ଲକରେ ନିର୍ବାଚନ ଶେଷ କରି ଫେରିଥିବା ୪୮୪ପୋଲିଂ ପାର୍ଟିଙ୍କ ମଧ୍ୟରୁ ୪୨୨ଟି ପାର୍ଟି ସେଠାରୁ ସିଧା ପଟ୍ଟାମୁଣ୍ଡାଇ ବ୍ଲକର ୪୨୨ଟି ବୁଥକୁ ଯିବା ପାଇଁ ଓ ମାର୍ଶାଘାଇ ବ୍ଲକରେ ନିର୍ବାଚନ ଶେଷ କରି ଫେରିଥିବା ୩୬୬ଟି ପୋଲିଂ ପାର୍ଟିଙ୍କ ମଧ୍ୟରୁ ୩୬୩ଟି ପୋଲିଂ ପାର୍ଟି ସେଠାରୁ ସିଧା ରାଜନଗର ବ୍ଲକର ୩୬୩ଟି ବୁଥକୁ ଯିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିର୍ଦେଶ ରହିଛି । ପଟ୍ଟାମୁଣ୍ଡାଇ ବ୍ଲକରେ ୧୬୫ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ରାଜନଗର ବ୍ଲକରେ ୨୦୧ଟି ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ଦିଆଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ମତଦାନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ରାଜ୍ୟ ନିର୍ବାଚନ କମିଶନ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.