Tuesday , August 9 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ

କେନ୍ଦ୍ରାପଡାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ

ରାଜକନିକା ବ୍ଲକରେ ୭୨.୫୪ ଓ ମାର୍ଶାଘାଇ ବ୍ଲକରେ ୭୭.୫୭ ପ୍ରତିଶତ ମତଦାନ
କେନ୍ଦ୍ରାପଡ଼ା, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ୭୨.୫୪ ପ୍ରତିଶତ ମତଦାନ ହୋଇଥିବା ବେଳେ ମାର୍ଶାଘାଇ ବ୍ଲକରେ ୭୭.୫୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହି ଅନୁଯାୟୀ ରାଜକନିକା ବ୍ଲକର ୨୭ ନମ୍ବର ଜୋନରେ ୭୦.୧୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୮ନମ୍ବର ଜୋନରେ ୭୨.୦୨ ଓ ୨୯ ନମ୍ବର ଜୋନରେ ୭୫. ୨୯ ପ୍ରତିଶତ ମତଦାନ ହୋଇଛି । ସେହିପରି ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରେ ୭୬.୨୮ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୫ନମ୍ବର ଜୋନରେ ୭୯.୫୯ ପ୍ରତିଶତ ଓ ୨୬ନମ୍ବର ଜୋନରେ ୭୬.୮୨ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେତେକ ସ୍ଥାନରେ କାଁ ଭାଁ ବିଶ୍ୃଙ୍ଖଳା ହୋଇଥିବା ସୂଚନା ମିଳିଛି । କିନ୍ତୁ ମୋଟାମୋଟି ଭାବେ ଆଜିର ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.