ଗରଦପୁର, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ନୂଆପଡ଼ା – ପାଇଲୋ ରାସ୍ତାର ଦଳୁଆଣି ବିନ୍ଧା ବରଗଛ ନିକଟରେ ଏକ କାର ଦୂର୍ଘଟଣା ଘଟିଛି । କାର ନମ୍ବର ଓଡ଼ି ୦୫ ଏଫ ୮୮୯୮ । ଏହି କାରଟି ଦଳୁଆଣି ଗ୍ରାମର ଗୋଲେଖ ମଲିକ ଓ ମହେଶ୍ୱର ସେନାପତି ଯାଉଥିବା ଏକ ବାଇକ କୁ ପଛପଟୁ ଧକା କରିଥିଲା । ଫଳରେ ଗାଡ଼ି ରୁ ଛିଟିକି ପଡ଼ି ଗୋଲେଖ ଓ ମହେଶ୍ୱର ଗୁରୁତର ଆହତ ହୋଇଥିଲେ । ବାଇକ୍ ଟି ମଧ୍ୟ ଭାଙ୍ଗିରୁଜି ଯାଇଛି । ଗୁରୁତର ଆହତ ଗୋଲେଖ ଙ୍କୁ ପାଟକୁରା ରେ ଚିକିତ୍ଓା ପରେ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଛି । ଏ ସମ୍ପର୍କରେ ଗୋଲେଖ ଙ୍କ ପତ୍ନୀ ଲତା ମଲିକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର
