Tuesday , August 9 2022
Breaking News
Home / ବିଶେଷ / ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ – ୨୦୨୨ ପାଇଲେ  ଶିଶୁ  ନୃତ୍ୟଶିଳ୍ପୀ ପ୍ରୀୟଂ।ଶି ପ୍ରିୟଦର୍ଶିନୀ

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ – ୨୦୨୨ ପାଇଲେ  ଶିଶୁ  ନୃତ୍ୟଶିଳ୍ପୀ ପ୍ରୀୟଂ।ଶି ପ୍ରିୟଦର୍ଶିନୀ

କଟକ, ୧୮/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର କନ୍ଦରପୁର ଅଞ୍ଚଳର ପିତା ମନୋରଞ୍ଜନ ସ୍ବାଇଁ, ମାତା ପିଏସ ପ୍ରିୟଦର୍ଶିନୀଙ୍କ ସୁକନ୍ୟା ଏବଂ ଅଜା ସମାଜସେବୀ ପ୍ରଶାନ୍ତ ମହାପାତ୍ର, ଆଇ ସ୍ବାସ୍ଥ୍ୟ ପରିଦର୍ଶକା ବିଶିଷ୍ଟ ସଂଗଠକା ସନ୍ଧ୍ୟା ରାଣୀ ଦାଶଙ୍କ ନାତୁଣୀ ଏଥିସହ ଏସଟିଜାଭିଅର ହାଇସ୍କୁଲ୍ କଲେଜ ଛକର ୫ମ ଶ୍ରେଣୀର ଛାତ୍ରୀ ପ୍ରୀୟଂ।ଶି ପ୍ରିୟଦର୍ଶିନୀ(୧୧) ଖୁବ୍ କମ୍ ସମୟ ବ୍ୟବଧାନର ମାତ୍ର ୨୨ ସେକେଣ୍ଡରେ  ୫୧ଟି ଓଡ଼ିଶୀ ମୁଦ୍ରା ପଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ – ୨୦୨୨ ପାଇଛନ୍ତି । ସେ ଓଡ଼ିଶୀ ନୃତ୍ୟ ସହ ଗୀତ ଗାଇବା,ଚିତ୍ର ଆଙ୍କିବା,ବକ୍ତୃତା ଆଦି ବହୁ ପ୍ରତିଭାର ଅଧିକାରୀ ହେବାସହ ବିଭିନ୍ନ କ୍ଷେତ୍ରରେ ଖୁବ୍ ସଫଳତା ହାସଲ କରିଛନ୍ତି । ସୂଚନାଯୋଗ୍ୟ ଶିଶୁପ୍ରତିଭା  ପ୍ରୀୟଂ।ଶି ଉଲ୍ଲେଖନୀୟ କୃତିତ୍ୱ ନେଇ ବହୁ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର, ଉତ୍କଳ ବିକାଶ ପରିଷଦ କଟକ ସଦର,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ,ନେତାଜୀ ପରିଷଦ ୪୨ ମୌଜା ଦ୍ଵାରା ପୁରସ୍କୃତ ହୋଇ ଅଂଚଳ ପାଇଁ ଗୋୖରବ ଆଣିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.