କଟକ ସଦର, ୧୭/୦୨/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ରାଜ୍ୟର ଵହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କୁ ଆଜି ଗୁରୁବାର ଜାମିନ ଦେଲେନି ହାଇକୋର୍ଟ।ଏଥିରେ ଅଭିଯୁକ୍ତ ମାନଙ୍କ ମଧ୍ୟରେ କୈଳାସ ଖଟୁଆ,ମଳୟ ଵାରିକ, ଭିକାରୀ ସ୍ବାଇଁ,କ୍ଷିତିଶ ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆ ନିରାଶ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨୦୨୧ ଜାନୁଆରୀ ୨ ରେ ଵିଜେପି ନେତା କୁଳମଣୀ ଵରାଳ ଓ ସହଯୋଗୀ ଦାଦା ଦିବ୍ୟସିଂହ ଵୁଲେଟ ମଟର ସାଇକେଲରେ ନୃତାଙ୍ଗ ସ୍ଥିତ ଘରକୁ ଫେରୁଥିବା ବେଳେ ସାଲେପୁର ଜଙ୍କୋଟି ନିକଟରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ ସହ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ।ପୋଲିସ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଥିଲା। ଓଡ଼ିଶା ସମାଚାର
